କନକ ବ୍ୟୁରୋ: ପୋଲିସ ହେପାଜତରେ କଏଦୀ ମୃତ୍ୟୁକୁ ନେଇ ଆସିଲା ତଥ୍ୟ । ୨୦୧୫ରୁ ୨୦୨୨ ଜୁଲାଇ ମଧ୍ୟରେ ୪୧ ଜଣ କଏଦୀଙ୍କ ହୋଇଛି ମୃତ୍ୟୁ । ସୂଚନା ଅଧିକାର ମାଧ୍ୟମରେ ମିଳିଲା ତଥ୍ୟ । ଓଡିଶା ପୋଲିସର ଷ୍ଟେଟ୍ ହ୍ୟୁମାନ ରାଇଟ୍ସ୍ ପ୍ରୋଟେକ୍ସନ୍ ସେଲ ପ୍ରଦାନ କରିଛି ଏହି ତଥ୍ୟ । ରାଜ୍ୟର ପୋଲିସ ହେଫାଜତ ଓ ଜେଲ ଭିତରେ କେତେଜଣ କଏଦୀଙ୍କ ହୋଇଛି ମୃତ୍ୟୁ ସେନେଇ ତଥ୍ୟ ମାଗିଥିଲେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ । ତେବେ ଷ୍ଟେଟ୍ ହ୍ୟୁମାନ ରାଇଟ୍ସ୍ ପ୍ରୋଟେକ୍ସନ୍ ସେଲ ପ୍ରଦାନ କରିଥିବା ତଥ୍ୟ ସଠିକ୍ ନୁହେଁ ବୋଲି କହିଛନ୍ତି ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ।
ହାଜତ ମୃତ୍ୟୁକୁ ନେଇ ଆସିଲା ତଥ୍ୟ: ରାଜ୍ୟରେ ୭ ବର୍ଷ ମଧ୍ୟରେ ୪୧ ଜଣଙ୍କର ମୃତ୍ୟୁ
/kanak/media/post_attachments/wp-content/uploads/2022/10/12-10.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)