୯ ଦିନ ହେଲା ମୃତ୍ୟୁର ସୁଡ଼ଙ୍ଗରେ ଫସିଛି ୪୧ ଜୀବନ । ଉଦ୍ଧାର କାମ ଜୋରଦାର କରିବାକୁ ମୋଦୀଙ୍କ ପରାମର୍ଶ ।ସଂଧ୍ୟା ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ପିଏମଓର ନିର୍ଦ୍ଦେଶ ।
କନକ ବ୍ୟୁରୋ: ଟନେଲରେ ଫସିରହିଛି ଶ୍ରମିକଙ୍କ ଜୀବନ । ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ୯ ଦିନ ହେଲା ଟନେଲ ଭିତରେ ବଂଚିବାର ଅହରହ ସଂଘର୍ଷ ଜାରି ରହିଛି । ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧ।ର କରାଯାଇନଥିବା ବେଳେ ଆରମ୍ଭ ହୋଇଛି ‘ଅପରେଶନ ଜିନ୍ଦେଗୀ’ । ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ସୁଡଙ୍ଗ ଉପରୁ ଚାଲିଛି ଖନନ କାର୍ଯ୍ୟ । ଘଟଣାସ୍ଥଳରେ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଞ୍ଚିସାରିଛନ୍ତି । ଟନେଲ ଖୋଳିବାରେ ପୁରା ଟିମ୍ ଲାଗିପଡିଛନ୍ତି । କର।।ଯାଇଥିବା ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କର।।ଯିବ । ଟନେଲ ଭିତିରୁ ସମସ୍ତଙ୍କୁ ଏୟାର ଲିଫ୍ଟିଂ କରିବାକୁ ଯୋଜନା କରାଯାଉଛି । ପ୍ଲାନ୍ -ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି । ଟନେଲରେ ଫସିଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇବାକୁ ୪୦ ମିଟର ପର୍ଯ୍ୟନ୍ତ ୬ ଇଂଚ ପାଇପ ଲାଇନ୍ ବ୍ୟବସ୍ଥା କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସିଲକୟାରା ଟନେଲରେ ଫସି ରହିିଥିବା ଶ୍ରମିକଙ୍କ ଉଦ୍ଧାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ସହ ରିଲିଫ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । କେନ୍ଦ୍ର ପକ୍ଷରୁ ଆବଶ୍ୟକ ଉପକରଣ ଯୋଗାଯାଇଥିିବା କଥା ମଧ୍ୟ କହିଥିଲେ ମୋଦୀ । ସେହିଭଳି ସଂଧ୍ୟା ସୁଦ୍ଧା ଚୁଡ଼ାନ୍ତ ରିପୋର୍ଟ ଦେବାକୁ ପିଏମଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।