ଆଉ ମାତ୍ର ୩ମିଟର । ଖୁବ୍ ଶୀଘ୍ର ଉଦ୍ଧାର ହେବେ ୪୧ ଶ୍ରମିକ । ସୂଚନା ଦେଲେ ଟନେଲ ବିଶେଷଜ୍ଞ କ୍ରିସ କୁପରଙ୍କ ସୂଚନା ।

Advertisment
ଆଉ ମାତ୍ର ୩ମିଟର । ଖୁବ୍ ଶୀଘ୍ର ଉଦ୍ଧାର ହେବେ ୪୧ ଶ୍ରମିକ । ସୂଚନା ଦେଲେ ଟନେଲ ବିଶେଷଜ୍ଞ କ୍ରିସ କୁପରଙ୍କ ସୂଚନା ।

କନକ ବ୍ୟୁରୋ: ଖୁବଶୀଘ୍ର ଟନେଲରୁ ବାହାରିବେ ଫସିଥିବା ଶ୍ରମିକ । ଉଦ୍ଧାରକାରୀ ଦଳଙ୍କ ଠାରୁ ଆଉ ୩ ମିଟର ଦୂରରେ ଥିବା କୁହାଯାଉଛି । ଯଦି ବିନା ବାଧାରେ ସବୁକିଛି ଠିକ୍ ଠାକ୍ ଚାଲେ ତାହାଲେ ଖୁବଶୀଘ୍ର ଟନେଲରୁ ଶ୍ରମିକମାନେ ଉଦ୍ଧାର ହେବେ ।ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଞ୍ଚିିବା ଖବର ଆସିବା ପରେ ଟନେଲ ବାହାର ଅଞ୍ଚଳ ଅଧିକ ଚଳଚଞ୍ଚଳ ହୋଇଛି ।ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି ।

ଗତକାଲି ରାତିରୁ ସୁରୁଖୁରୁରେ ଡ୍ରିଲିଂ କାମ ଚାଲିଥିବ ଟନେଲ ବିଶେଷଜ୍ଞ କ୍ରିସ କୁପର ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟର ସମୀକ୍ଷା କରି ସମାନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ମାନୁଆଲ ଡ୍ରିଲିଂରେ ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ସେପଟେ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ଏବେ ବନ୍ଦ ରହିଛି । ୪୩ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe