ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୫୨ ଆକ୍ରାନ୍ତ । ଦେଢ ଲକ୍ଷ ଟପିଲା ସୁସ୍ଥ ସଂଖ୍ୟା 

268
କନକ ବ୍ୟୁରୋ : ରାଜ୍ୟରେ ଆଜି ଆଉ ୪ ହଜାର ୫୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ୍ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଯାଇଛି । ଏହାସହ ଆଜି ମଧ୍ୟ ଖୋର୍ଦ୍ଧାରେ ସର୍ବଧିକ ୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି କଟକରୁ ୩୭୮, ସୁନ୍ଦରଗଡରୁ ୧୮୨, ପୁରୀରୁ ୧୮୧, ଜଗତସିଂହପୁରରୁ ୧୬୪, ଯାଜପୁରରୁ ୧୫୨, ଝାରସୁଗୁଡାରୁ ୧୫୦, ରାୟଗଡାରୁ ୧୪୬, ମୟୂରଭଞ୍ଜରୁ ୧୩୮, କେନ୍ଦ୍ରାପଡାରୁ ୧୨୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୧୨୬, ଅନୁଗୁଳରୁ ୧୨୨, ନୂଆପଡାରୁ ୧୨୧, ବାଲେଶ୍ୱରରୁ ୧୧୧, ନବରଙ୍ଗପୁରରୁ ୧୦୧, ବରଗଡରୁ ୯୭, କୋରାପୁଟରୁ ୯୧, କେନ୍ଦୁଝରରୁ ୮୩, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୭୨, ଢେଙ୍କାନାଳରୁ ୭୧, ଭଦ୍ରକରୁ ୬୫, ଗଞ୍ଜାମରୁ ୫୫, ନୟାଗଡରୁ ୪୫, ବଲାଙ୍ଗିରରୁ ୪୪, ମାଲକାନଗିରିରୁ ୩୬, ଦେବଗଡରୁ ୨୦, ବୌଦ୍ଧରୁ ୧୭ ଓ ଗଜପତିରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ଆଜି ରାଜ୍ୟରେ ୪ ହଜାର ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାସହ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜିର ସୁସ୍ଥ ସଂଖ୍ୟା ପରେ ଏବେ ୧ ଲକ୍ଷ ୫୭ ହଜାର ୨୬୫ରେ ପହଞ୍ଚିଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ।