ଦେଶରେ ୨୪ ଘଣ୍ଟାରେ ୪୦୩୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୪୦୯୨ ଜଣଙ୍କର ଚାଲିଗଲା ଜୀବନ, ରାଜ୍ୟରେ ହ୍ରାସ ପାଇଲା ଦୈନିକ ସଂକ୍ରମଣ ।

121

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଦେଶରେ ୪,୦୩,୭୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୪୦୯୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୨ ଲକ୍ଷ ୯୬ ହଜାର ୪୧୪ରେ ପହଂଚିଛି । କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ଜଣ । ଏବେବି କରୋନାରେ ଆକ୍ରାନ୍ତ ଅଛନ୍ତି ୩୭ ଲକ୍ଷ ୩୬ ହଜାର ୬୪୮ଜଣ । ଆଜିର ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୨ ହଜାର ୩୬୨ ପହଞ୍ଚିଛି ।

ସେହିଭଳି ଗତ ୨୪ ଘଣ୍ଟାରେ ରାଜ୍ୟରେ ସାମାନ୍ୟ କମିଛି ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛି ୧୦୬୩୫ ନୂଆ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛି । ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରେ ୧୫୬୪ ନୂଆ ପଜିଟିଭ୍ ମାମଲା ଆସିଛି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼ । ସୁନ୍ଦରଗଡ଼ ଜିଲ୍ଲାରେ ୯୪୩ ମାମଲା ଆସିଛି । ସେହିପରି କଟକରେ ଚିହ୍ନଟ ହୋଇଛନ୍ତି ୮୮୭ ମାମଲା । ସମ୍ବଲପୁରରୁ ୬୪୧, ଅନୁଗୁଳ ୫୫୯, କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ବରଗଡ଼ରୁ ୪୪୩,ପୁରୀରୁ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେପଟେ ରାଜ୍ୟରେ ଗୋଟିଏ ଦିନରେ ୧୯ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।