କନକ ବ୍ୟୁରୋ : ଗତ ୫ ବର୍ଷ ମଧ୍ୟରେ ବିଦେଶ ପାଠ ପଢିବାକୁ ଯାଇଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରୁ ୪୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ କେବଳ କାନାଡାରେ ୯୧ ଜଣ ଛାତ୍ରଙ୍କ ଜୀବନ ଯାଇଛି । ଓ କାନାଡାରେ ୪୮ ଜଣ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଏମାନଙ୍କର ମୃତ୍ୟୁ ଦୁର୍ଘଟଣା, ସ୍ୱାସ୍ଥ୍ୟଗତ କାରଣରୁ ହୋଇଛି ବୋଲି କୁହାଯାଉଛି । ଏନେଇ ସରକାରଙ୍କ ତରଫରୁ ସଂସଦରେ ସୂଚନା ଦିଆଯାଇଛି ।

Advertisment

ସବୁଠାରୁ ଅଧିକ ଭାରତୀୟ ଛାତ୍ର କାନାଡାରେ ମୃତ୍ୟୁବରଣ କାହିଁକି କରିଛନ୍ତି  ବୋଲି ପ୍ରଶ୍ନର ଉତର ଦେଇ ସାଂସଦ ବାହାରେ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରବିନ୍ଦ ବାଗଚୀ କହିଛନ୍ତି ଯେ, ଅନ୍ୟ ଦେଶ ତୁଳନାରେ ସର୍ବାଧିକ ଭାରତୀୟ ଛାତ୍ର କାନାଡା ପାଠ ପଢିବାକୁ ଯାଇଥାନ୍ତି ।

ଯଦି ଆମେ ଦେଖିବା ତେବେ ଗତ ୫ ବର୍ଷ ମଧ୍ୟରେ କାନାଡାରେ ୯୧, ବ୍ରିଟେନରେ ୪୮, ଋଷରେ ୪୦, ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧, ଜର୍ମାନୀରେ ୨୦, ସାଇପ୍ରସରେ ୧୪, ଇଟଲିରେ ୧୦ ଓ ଫିଲିପାଇନ୍ସରେ ୧୦ ଜଣ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଛନ୍ତି ।