ବିଦେଶରେ ସୁରକ୍ଷିତ ନୁହେଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ । ୨୦୧୮ରୁ ଏବେ ସୁଦ୍ଧା ଗଲାଣି ୪୦୩ଜଣଙ୍କ ଜୀବନ

136

କନକ ବ୍ୟୁରୋ : ବିଦେଶରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ରଛାତ୍ରୀ । ୨୦୧୮ରୁ ଏବେ ସୁଦ୍ଧା ୪୦୩ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇସାରିଛି । ବିଶ୍ୱର ୩୪ଟି ଦେଶକୁ ନେଇ ଏକ ରେକର୍ଡ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ୪୦୩ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ ପ୍ରାଣହାନି କାନାଡ଼ାରେ ହୋଇଛି । କାନାଡ଼ାରେ ୯୧ଜଣ, ବ୍ରିଟେନରେ ୪୮, ରୁଷରେ ୪୦, ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧, ଜର୍ମାାନୀରେ ୨୦ ସାଇପ୍ରସରେ ୧୪, ଇଟାଲୀ ଓ ଫିଲିଫିନ୍ସ ୧୦ ଜଣ ଲେଖାଏଁ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ । ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା ଓ ହତ୍ୟାରେ ହୋଇଛି । ସରକାର କହିଛନ୍ତି ବିଦେଶରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ।