ଶିଳ୍ପାୟନ ପାଇଁ ବଳି ପଡିଛି ଶହ ଶହ ଗଛ । ବହୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ଦିଆଯାଉଛି । ମୁମ୍ବାଇ ପରେ ଏବେ ଓଡିଶାର ସମ୍ବଲପୁର ଜିଲ୍ଲାରେ ଗଛକଡା ହେବା ଘଟଣା ସାମ୍ନାକୁ ଆସିଛି । ଏଠାରେ ପାଖାପାଖି ୪୦ ହଜାରରୁ ଅଧିକ ଗଛକାଟି ଜଙ୍ଗଲ ସଫା କରାଯାଇଛି । ଗଛକଟା କାର୍ଯ୍ୟ ନେବେଲୀ ଲିଗନାଇଟ କର୍ପୋରେଶନ (ଏନସିଏଲ) ଦ୍ୱାରା କରାଯାଇଥିବା ଜଣାପଡିଛି । ପୋଲିସ ସୁରକ୍ଷା ବଳୟରେ ଏହି ଗଛକଟା କାର୍ଯ୍ୟ ହୋଇଥିଲା ।
ଏନସିଏଲ କମ୍ପାନୀ ଏଠାରେ କୋଇଲା ଖଣି ନିର୍ମାଣ କରିବା ପାଇଁ ଗଛକାଟି ପଦା କରିଦେଇଛି । ତାଲାବିରା ଗାଁରେ ଏହି ଜଙ୍ଗଲ ରହିଛି । ଗ୍ରାମବାସୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଜଙ୍ଗଲ ଚାରିପାଖରେ ପ୍ରଥମେ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । ପରେ ଏକାଧିକ ଗଛ କାଟି ସଫା କରାଯାଇଥିଲା । ପୋଲିସ ଛାଉଣି ସତ୍ତେ୍ୱ ତାଲାବିରା ଗ୍ରାମର ଗ୍ରାମବାସୀ ଓ ଆଖପାଖର ବାସିନ୍ଦା ଏହି ଘଟଣାର ବିରୋଧ କରିଥିଲେ । କିନ୍ତୁ ଏହାକୁ କେହି କର୍ଣ୍ଣପାତ କରିନଥିଲେ । ଏପରିକି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା , କିନ୍ତୁ ଏହାର ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଏନସିଏଲ ଅଡାଣୀ ସହିତ କୋଇଲା ଖଣି ନିର୍ମାଣ କରିବା ପାଇଁ ଚୁକ୍ତି କରିଛି । ଓଡିଶାର ଝାରସୁଗୁଡା ଓ ସମ୍ବଲପୁରରେ ଏହି କୋଇଲା ଖଣି ନିର୍ମାଣ କରାଯିବ । ସମ୍ବଲପୁର ମୁଖ୍ୟ କଞ୍ଜରଭେଟର ଅଫ୍ ଫରେଷ୍ଟର ରିପୋର୍ଟ ଅନୁସାରେ, ଏଠାରେ ମୋଟ ୧,୩୦,୭୨୧ ଗଛ କଟାସରିଲାଣି । ଯେବେଠାରୁ ଗଛ କଟା ଆରମ୍ଭ ହୋଇଛି ସେବେଠୁ ତାଲାବିର ଗାଁର ଗ୍ରାମବାସୀ ଏହି ଘଟଣାର ବିରୋଧ କରିଆସିଛନ୍ତି । ତାଲାବିରା ଗ୍ରାମ୍ୟ ଜଙ୍ଗଲ କମିଟି ଜଙ୍ଗଲ ସୁରକ୍ଷା କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଛନ୍ତି । ଏଥି ସହିତ ଯେଉଁ ପରିବାର ଏହି ଜଙ୍ଗଲର ସୁରକ୍ଷା କରିବ ତାକୁ ତିନି କିଲୋ ଚାଉଳ ପ୍ରଦାନ କରାଯିବ ।
ଘଟଣା ସମ୍ପର୍କରେ ସମ୍ବଲପୁର ଜିଲ୍ଲା ଅଧିକାରୀ ଶୁଭମ ସକ୍ସେନା ବର୍ତ୍ତମାନ ସୁଦ୍ଧା କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ସେହିଭଳି ବନ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଅରୁଖ ମଧ୍ୟ ନିଜ ପ୍ରତିକ୍ରିୟା ରଖି ନାହାନ୍ତି । ଏନସିଏଲ ତାଲାବିରା – ୨ ଓ ୩ କୋଇଲା ଖଣିରୁ ପ୍ରତିବର୍ଷ ୨ କୋଟି ଟନ୍ କୋଇଲା ଉତ୍ପାଦନ କରିଥାଏ । ଏହା ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡାରେ ଥିବା ୪୨୦୦ ମେଗାୱାର୍ଟର ଥର୍ମଲ ପାୱାର ପ୍ଲାଣ୍ଟ ଚାଲେ । ତେବେ ଏଠି ପ୍ରଶ୍ନ ଉଠୁଛି, ବନ ବିଭାଗ ଓ ରାଜସ୍ୱ ବିଭାଗ କରୁଛି କଣ? ଶହ ଶହ ବୃକ୍ଷ ବଳି ପାଇଁ ଦାୟୀ କିଏ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/t.png)
/kanak/media/post_attachments/wp-content/uploads/2019/12/0.91989900_1575962315_16-300x225.jpg)
/kanak/media/post_attachments/wp-content/uploads/2019/12/40000-Trees-Cut-300x200.jpg)