ସ୍ୱଳ୍ପ ଦରମାରେ କୋଟି କୋଟି ଟଙ୍କାର ମାଲିକ ହୋଇ ବସିଥିଲେ ଏହି କର୍ମଚାରୀ ! ଧରାପଡିବାରୁ ଏବେ ଜେଲର ଚାରିକାନ୍ଥ ଭିତରେ କଏଦ୍ ହୋଇପଡିରହିଛନ୍ତି ।

ସ୍ୱଳ୍ପ ଦରମାରେ କୋଟି କୋଟି ଟଙ୍କାର ମାଲିକ ହୋଇ ବସିଥିଲେ ଏହି କର୍ମଚାରୀ ! ଧରାପଡିବାରୁ ଏବେ ଜେଲର ଚାରିକାନ୍ଥ ଭିତରେ କଏଦ୍ ହୋଇପଡିରହିଛନ୍ତି ।

image courtesy-VTV News

ଭ୍ରଷ୍ଟାଚାର ମାମଲାରେ ଭାରତ ଏତେ ଆଗେଇଲାଣି ଯେ ପଛକୁ ଫେରିବାର ନାଁ ହିଁ ଧରୁନି । ବଡ ଅଫିସରଙ୍କଠାରୁ ଧରି କିରାଣୀ ପର୍ଯ୍ୟନ୍ତ ସବୁ ଏହି ଦୌଡରେ ନିଜକୁ ସାମିଲ କରିସାରିଛନ୍ତି । ଏମିତି ଆଉ ଏକ ଭ୍ରଷ୍ଟାଚାର ମାମଲା ଉପରୁ ଏବେ ପରଦା ହଟିଛି । ଆନ୍ଧ୍ରପ୍ରଦେଶରୁ ଆଣ୍ଟି-କରପ୍ସନ ବ୍ୟୁରୋ (ଏସିବି) ଜଣେ ଅଫିସ ଆଟେଣ୍ଡାଣ୍ଟଙ୍କ ପାଖରୁ ୧୦୦ କୋଟିରୁ ଅଧିକ ସମ୍ପତ୍ତି ଜବତ କରିଛନ୍ତି । କର୍ମଚାରୀଙ୍କ ନାଁ ହେଉଛି ନରସିଂହା ରେଡ୍ଡୀ । ନରସିଂହା ନେଲୋର ଡେପୁଟି ଟ୍ରାନ୍ସପୋର୍ଟରେ ବହୁ ବର୍ଷ ଧରି ଆଟେଣ୍ଡାଣ୍ଟ ପଦବୀରେ କାର୍ଯ୍ୟ କରି ଆସୁଥିଲେ । publive-imageନରସିଂହା ରେଡ୍ଡୀଙ୍କ ଭ୍ରଷ୍ଟାଚାର ଖବର ଆଣ୍ଟି-କରପ୍ସନ ବ୍ୟୁରୋକୁ ଯିବା ପରେ ଏସିବି ଏହି ଭ୍ରଷ୍ଟାଚାରୀ କର୍ମଚାରୀଙ୍କ ଘରେ ତନାଘନା ଆରମ୍ଭ କରିଥିଲେ । ତନାଘନା ପରେ ନରସିଂହାଙ୍କ ଘରୁ ସୁନା ଏବଂ ହୀରା ଗହଣା ସମେତ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା । ଏହି ସମ୍ପତ୍ତି ମଧ୍ୟରେ ୨ କିଲୋ ସୁନା,୭ କିଲୋ ରୁପା,୭.୭୦ ଲକ୍ଷ ଟଙ୍କା,୫୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଜମିବାଡି,୧୭ ପ୍ଲଟ ଏବଂ ୫ ଟି ଫ୍ଲାଟ୍ ଜବତ କରାଗଲା । ଏହି କର୍ମଚାରୀଙ୍କ ମାସିକ ଦରମା ୪୦,୦୦୦ ଟଙ୍କା ଥିଲା । ଏହି ସମ୍ପତ୍ତି ସମେତ ଏସିବି ୫୦ ଲକ୍ଷଟଙ୍କାର ଇନସୁରେନ୍ସ ପଲିସି ମଧ୍ୟ ଜବତ କରିଥିଲା ଏବଂ ବ୍ୟାଙ୍କରେ ୮୦ ଲକ୍ଷ ଟଙ୍କା ଜମା ଥିବା କଥା ମଧ୍ୟ ସାମ୍ମାକୁ ଆସିଥିଲା । ବରିଷ୍ଠ ଅଧ୍ୟକ୍ଷଙ୍କ କହିବାନୁସାରେ ରେଡ୍ଡିଙ୍କୁ ଏଯାଏଁ କୌଣସି ପ୍ରମୋସନ ମିଳିନଥିବା ବେଳେ ତାଙ୍କ ପାଖରେ ଏତେ ସମ୍ପତ୍ତି ଆସିଲା କେଉଁଠୁ?
ସେ ଆଟେଣ୍ଡାଣ୍ଟ ପଦବୀରେ ରହି ଯେତେ ପଇସା ରୋଜଗାର କରିଥିଲେ ତାଙ୍କ ଉପରୋକ୍ତ ଅଫିସର ମଧ୍ୟ ସେତିକି ରୋଜଗାର କରିପାରିବେ ନାହିଁ । ନରସିଂହାଙ୍କ ଏଭଳି କାର୍ଯ୍ୟକୁ ଦେଖି ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe