ଭେନଜୁଏଲା ଦେଶ ବିଷୟରେ ଅଧିକାଂଶ ଲୋକ ଉଣା ଅଧିକ ଜାଣିଥିବେ । ଏବେ ଏହି ଦେଶର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ଗତ କିଛି ଦିନ ପୂର୍ବେ ଭେନଜୁଏଲା ଗଣମାଧ୍ୟମର ଚର୍ଚ୍ଚାର ପରିସରକୁ ଆସିଥିଲା । ଏଠାରେ ସ୍ଥିତି ଏମିତି ଯେ କ୍ଷୀର ବୋତଲ ପାଇଁ ୮୪ ହଜାର ଟଙ୍କା ଦେବାକୁ ପଡୁଛି । ଖାଲି ଏତିିକି ନୁହେଁ ଯେତେବେଳେ ସପ୍ତାହକର ସଉଦା ନେବା ପାଇଁ ଲୋକ ଦୋକାନକୁ ଯାଇଥାନ୍ତି ସେତେବେଳେ ସାଙ୍ଗରେ ବସ୍ତା ବସ୍ତା ଟଙ୍କା ଧରି ଯାଇଥାନ୍ତି । ଦିନକୁ ଦିନ ଏହି ଦେଶର ଲୋକଙ୍କ ଅବସ୍ଥା ବିଗିଡିବାରେ ଲାଗିଛି ।
/kanak/media/post_attachments/wp-content/uploads/2017/11/venezuela-unrest-300x225.jpg) କଣ ପାଇଁ କ୍ଷୀର ପ୍ୟାକେଟର ଦାମ ୮୪ହଜାର ଟଙ୍କା : ଭେନଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଏବେ ମୋଟ ୧୦ ଆରବ ଡଲାର ବଞ୍ଚିଛି । ବିଶ୍ୱବ୍ୟାଙ୍କକୁ ଋଣ ସୁଝିବା ପରେ ମୋଟ ୧୦ ଆରବ ଡଲାର ବିଦେଶୀ ମୁଦ୍ରା ଭେନଜୁଏଲା ପାଖରେ ରହିଛି । ଏହା ସତ୍ତ୍ୱ ମଧ୍ୟ ପୂରା ଋଣ ସୁଝିପାରିନି ଭେନଜୁଏଲା । ଋସ, ଚୀନ ଓ ଜାପାନ ଭଳି ଦେଶର ଋଣ ଏବେ ମଧ୍ୟ ବକେୟା ରଖିଛି ଭେନଜୁଏଲା । ଏପରକିି ଆନ୍ତଜାତୀୟ ସ୍ତରରେ ଏହାର ମୁଦ୍ରାର ମୁଲ୍ୟ ମଧ୍ୟ କ୍ରମଶଃ କମିବାରେ ଲାଗିଛି । ଏବେ ଭେନଜୁଏଲାରେ ଏକ ଡଲାରର ମୂଲ୍ୟ ୮୪୦୦୦ ୱାଲିବରରେ ପହଞ୍ଚିଛି । ଯାହା ଦେଶର ଆର୍ଥିକ ସ୍ଥିତିକୁ ଦର୍ଶାଉଛି ।
କଣ ପାଇଁ କ୍ଷୀର ପ୍ୟାକେଟର ଦାମ ୮୪ହଜାର ଟଙ୍କା : ଭେନଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଏବେ ମୋଟ ୧୦ ଆରବ ଡଲାର ବଞ୍ଚିଛି । ବିଶ୍ୱବ୍ୟାଙ୍କକୁ ଋଣ ସୁଝିବା ପରେ ମୋଟ ୧୦ ଆରବ ଡଲାର ବିଦେଶୀ ମୁଦ୍ରା ଭେନଜୁଏଲା ପାଖରେ ରହିଛି । ଏହା ସତ୍ତ୍ୱ ମଧ୍ୟ ପୂରା ଋଣ ସୁଝିପାରିନି ଭେନଜୁଏଲା । ଋସ, ଚୀନ ଓ ଜାପାନ ଭଳି ଦେଶର ଋଣ ଏବେ ମଧ୍ୟ ବକେୟା ରଖିଛି ଭେନଜୁଏଲା । ଏପରକିି ଆନ୍ତଜାତୀୟ ସ୍ତରରେ ଏହାର ମୁଦ୍ରାର ମୁଲ୍ୟ ମଧ୍ୟ କ୍ରମଶଃ କମିବାରେ ଲାଗିଛି । ଏବେ ଭେନଜୁଏଲାରେ ଏକ ଡଲାରର ମୂଲ୍ୟ ୮୪୦୦୦ ୱାଲିବରରେ ପହଞ୍ଚିଛି । ଯାହା ଦେଶର ଆର୍ଥିକ ସ୍ଥିତିକୁ ଦର୍ଶାଉଛି ।
ଭାରତ ଭଳି ଦେଶରେ ଯେଉଁଠି ମାତ୍ର ୩ ପ୍ରତିଶତ ମହଙ୍ଗା ବଢିବା ଦ୍ୱାରା ଲୋକେ ରାଜରାସ୍ତାକୁ ଚାଲି ଆସୁଛନ୍ତି ସେଭଳି ସ୍ଥିତିରେ ଭେନଜୁଏଲାରେ ୪୦୦୦ ପ୍ରତିଶତ ଦର ମହଙ୍ଗା ହୋଇଛି । ଏପରିକି ଦୋକାନରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ମିଳୁନାହିଁ । ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡୁଛି । ଏପରିକି ସପ୍ତାହକ ପାଇଁ ସଉଦା କିଣିବାକୁ ୭ ଲକ୍ଷ ୭୨ ହଜାର ୱାଲିବର ଖର୍ଚ୍ଚ କରିବାକୁ ପଡୁଛି । ଏଥିପାଇଁ ଚାରିଆଡେ ହିଂସାତ୍ମକ ପରିସ୍ଥିତି ଦେଖା ଦେଇଛି ।
ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁନଥିବାରୁ କଳାବଜାରୀ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଭେନଜୁଏଲାରେ ଏକ ଡର୍ଜନ ଅଣ୍ଡାର ଦାମ ୧୫୦ ଡଲାରରେ ପହଞ୍ଚିଛି । ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୨ ହଜାର ଟଙ୍କାରେ ପହଞ୍ଚିଛି । ସେହିଭଳି ଏକ କିଲୋ ଅଟା ପାଇଁ ୬୧୭ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/003_venezueladiary.jpg)