କନକ ବ୍ୟୁରୋ : ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ଧାରଣ କରିଛି । ଋଷ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଖାରକିଭ୍ ସହରରେ ଆକ୍ରମଣକୁ ଆହୁରୀ ତୀବ୍ର କରିଛି । ଏପଟେ ୟୁକ୍ରେନରେ ଫସିଥିବା ଭାରତୀୟ ବିଷେଶକରି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରୀ ରହିଛି । ଏବେବି ୟୁକ୍ରେନରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ୱାର ଜୋନ୍ ତଥା ଯୁଦ୍ଧ ଅଂଚଳରେ ଫସି ରହିଥିବା ନେଇ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଖାରକିଭ୍ ବଂ ସୁମୀରେ ଫସି ରହିଛନ୍ତି ।

Advertisment

ଭାରତ ଋଷିଆ ରାଷ୍ଟ୍ରଦୂତଙ୍କ ସହ ପୁଣି କଥା ହେବା ସହ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଦିଗରେ ଆଲୋଚନା କରିଛି । ପୋଲାଣ୍ଡ ଦେଇ ଭାରତୀୟକୁ ଆଣିବାକୁ ପ୍ରଧାନମନ୍ତ୍ରୀ ପୋଲାଣ୍ଡା ରାଷ୍ଟ୍ରପତିଙ୍କ ସହ କଥା ହୋଇଥିବା ନେଇ ବୈଦେଶିକ ମନ୍ତ୍ର ହର୍ଷ ଶ୍ରୀଙ୍ଗଲା କହିଛନ୍ତି । ଏପରି ସ୍ଥଳେ କିଭରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଭାରତର ବୈଦେଶିକ ସଚିବ ଏଚଭି ଶ୍ରିଙ୍ଗଲା । କହିଛନ୍ତି, ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ପଡୋଶୀ ଦେଶର ସୀମା ନିକଟକୁ ନିଆଯାଉଛି ।

ସ୍ୱତନ୍ତ୍ର ବିମାନ ସହାୟତାରେ ଖୁବ୍ ଶୀଘ୍ର ସେମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିସହ ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ର ନବୀନଙ୍କ ମୃତଦେହକୁ ମଧ୍ୟ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ରୁଷର ବୋମାମାଡରେ ଗତକାଲି ଜଣେ ୟୁକ୍ରେନରେ ଖାରକିଭରେ ରହି ପାଠପଢ଼ୁଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କର ମୃତ୍ୟୁ ହୋଇଛି । ୟୁକ୍ରେନରେ ମୋଟ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯାଇଥିବା ବେଳେ ଏବେବି ୮ ହଜାର ପାଖାପାଖି ଛାତ୍ରଛାତ୍ରୀ ୟୁକ୍ରେନରେ ଅଛନ୍ତି ।