କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ, ଖଣିଜ ପ୍ରତିଷ୍ଠାନ ବା ଡ଼ିଏମଏଫ ପାଣ୍ଠିକୁ, ପାଣି ଭଳି ଖର୍ଚ୍ଚ କରାଯାଇଛି । କିନ୍ତୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ସ୍ଥାନୀୟ ଲୋକଙ୍କ ଅବସ୍ଥା ଯେମିତି ସେମିତି ରହିଛି। ଯାହାଫଳରେ ଆଜିବି ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଇଲାକାରେ ବିକାଶ ଅପହଞ୍ଚ ହୋଇ ରହିଛି।

Advertisment

ସୁନ୍ଦରଗଡ ଆଦିବାସୀ ଅଂଚଳରର ବିକାଶ ନାଁ ରେ ଖର୍ଚ୍ଚ ହୋଇଛି ପାଖାପାଖି ୪, ୪୦୦ କୋଟି ଟଙ୍କା । ସୂଚନା ଅଧିକାର ଆଇନ ଦ୍ବାରା ମିଳିଥିବା ତଥ୍ୟ ଅନୁସାରେ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, ଭିତ୍ତିଭୂମି ବିକାଶ ନାଁ ରେ ଏହି ଟଙ୍କା ଖର୍ଚ୍ଚ ହୋଇଛି। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଓ ବଣେଇ ଭଳି ଖଣି ଖାଦାନ ଅଂଚଳ ସହ ବିଭିନ୍ନ ଗାଁରେ ଖର୍ଚ ହୋଇଛି ଏହି ଟଙ୍କା । .. ହେଲେ ଏବେବି ବିକାଶର ଅନ୍ଧାରି ଇଲାକାରେ ସୁନ୍ଦରଗଡ଼ର ଶତାଧିକ ଗାଁ । ଏବେ ବି ରାସ୍ତା, ବ୍ରିଜ, ଶିକ୍ଷା ଓ ଗମନା ଗମନ ଏହି ଅଂଚଳ ପାଇଁ କେମିତି ସ୍ବପ୍ନ ପାଲଟିଛି । ଜିଲ୍ଳା ପ୍ରଶାସନ ଓ କମିଟିର ସଦସ୍ୟ ମନ ଇଛା ପାଣ୍ଠିର ରୁରୂପଯୋଗ କରିଥିବାରୁ ଏଭଳି ହୋଇଛି ବୋଲି ଅଭିଯୋଗ ହୋଇଛି।

ଗତ ଦଶ ବର୍ଷ ଭିତରେ ବା ୨୦୧୫- ୧୬ ରୁ ୨୦୨୪ ମେ ମାସ ଭିତରେ ବିଭିନ୍ନ ଖଣିରୁ ସୁନ୍ଦରଗଡ ଡ଼ିଏମଏଫ ପାଣ୍ଠିକୁ ଆସିଛି ୭ ହଜାର ୬୫୦ କୋଟି ୩୮ ଲକ୍ଷ ଟଙ୍କା । ସେଥିରୁ ଖର୍ଚ୍ଚ ହୋଇଛି ୫ ହଜାର ୯୩୩ କୋଟି ୧୭ ଲକ୍ଷ ଟଙ୍କା । ଆପଣ ଆଶ୍ଚର୍ଯ୍ୟ ହେବେ ନିର୍ବାଚନ ଆଚରଣ ଵିଧି ଲାଗୁ ହୋଇ ନୂଆ ସରକାର ଦାୟିତ୍ୱ ନେବା ବେଳକୁ ଡ଼ିଏମଏଫ ପାଣ୍ଠିରେ ମାତ୍ର ୧ ହଜାର ୭୧୭ କୋଟି ୨୧ ଲକ୍ଷ ଟଙ୍କା ଜମା ଥିଲା । ଏପରିକି ପାଣ୍ଠି ଗଠନ ହେବାର ପ୍ରଥମ ୭ ବର୍ଷ ଭିତରେ ମାତ୍ର ୧ ହଜାର ୪୩୩ କୋଟି ଟଙ୍କା ଖର୍ଚ କରାଯାଇଥିଲା । ହେଲେ ଗତ ୩ ବର୍ଷ ଭିତରେ ଅର୍ଥାତ ୨୦୨୧- ୨୨ ରୁ ୨୦୨୩-୨୪ ପର୍ଯ୍ୟନ୍ତ ୩ ଟି ଆର୍ଥିକ ବର୍ଷରେ ସର୍ବାଧିକ ୪ ହଜାର ୯୪୦ କୋଟି ଟଙ୍କା ଖର୍ଚ କରି ଦିଆଯାଇଛି ।