ସମୁଦ୍ରର ୪୦ ଫୁଟ ଗଭୀରରୁ ମିଳିଲା ୪୦୦ ବର୍ଷ ପୁରୁଣା ଜାହାଜର ଅବେଶଷ ! ଭରି ରହିଥିଲା ଭାରତୀୟ ମସଲା ।

40

୪୦୦ ବର୍ଷ ପୁରୁଣା ଜାହାଜର କିଛି ଅଂଶକୁ ପର୍ତୁଗାଲ ନିକଟରେ ଅନୁସନ୍ଧାନ କରିଛନ୍ତି ପ୍ରତ୍ନତତ୍ତ୍ୱବିତ୍ । ତେବେ କୁହାଯାଉଛି, ଏହି ଜାହାଜ ଦ୍ୱାରା ଭାରତୀୟ ମସଲାଏବଂ ଅନ୍ୟ ସାମଗ୍ରୀ ନିଆଯାଉଥିଲା । ପ୍ରୋଜେକ୍ଟ ଡାଇରେକ୍ଟର ଜର୍ଜ ଫ୍ରେରେ କହିଛନ୍ତି, ଐତିହାସିକ ରୂପରେ ଦେଖିଲେ ଏହା ୪୦୦ ବର୍ଷ ପୁରୁଣା ଜାହାଜ ବୋଲି ଜଣାପଡୁଛି । ତେବେ ପର୍ତୁଗାଲରେ ଏହା ଏବେ ସମୟର ସବୁଠାରୁ ବଡ ଅନୁସନ୍ଧାନ ଅଟେ ।

ସୂଚନା ଅନୁଯାୟୀ, ଏହି ଜାହାଜ ୧୫୭୫ ମସିହାରୁ ୧୬୨୫ ମଧ୍ୟରେ ବୁଡିଯାଇଥିଲା । ଏବଂ ସେହି ସମୟରେ ପର୍ତୁଗାଲ ଏବଂ ଏସିଆ ମଧ୍ୟରେ ମସଲାର ବ୍ୟବସାୟ ଅଧିକ ହେଉଥିଲା । ତେବେ ସମୁଦ୍ରର ପ୍ରାୟ ୪୦ ଫୁଟ୍ ତଳେ ଏହି ଜାହାଜର ଅଂଶ ମିଳିଛି । ଏହା ଏକ ପ୍ରକାରର ସଂରକ୍ଷିତ ଅବସ୍ଥାରେ ରହିଥିଲା ବୋଲି ଜଣାପଡିଛି । ଆଉ ଏହି କାରଣରୁ ଏଥିରେ ମସଲାର ଅବଶେଷ ମିଳିଛି । ୧୦ ବର୍ଷ ଲମ୍ବା ଆର୍କ୍ୟୋଲୋଜିକାଲ ପ୍ରୋଜେକ୍ଟ ଅନୁଯାୟୀ, ଜାହାଜର ଏହି ଅଂଶର ଅନୁସନ୍ଧାନ କରାଯାଇଛି । ଏବଂ ଏହା ପର୍ତୁଗାଲର ଟଗୁସ ନଦୀ ମୁହାଣରେ ମିଳିଛି । ଏବଂ ଏହି ମୁହାଣକୁ ଜାହାଜର ଅବଶେଷ ଖୋଜିବାର ହଟସ୍ପଟ୍ କୁହାଯାଇଥାଏ ।