କଳାହାଣ୍ଡି କୋକସରାରେ ଅଭାବନୀୟ ଘଟଣା । ଘରେ ପଶି ସୁନା ଗହଣା ସମେତ ବୁଲେଟ ଓ ଟିଭି ସହ ଲୁଟି ନେଲେ ୪୦ ଭରି ସୁନା

89

କନକ ବ୍ୟୁରୋ : କଳାହାଣ୍ଡିରେ ଅଭାବନୀୟ ଘଟଣା । ଘରେ ପଶି ଲୁଟିନେଲେ ଗାଡି ଟିଭି ସହ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ଜଗଦୀସ ପାଟଜୋଷୀଙ୍କ ପରିବାର ରାତିରେ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ ହଠାତ୍ ଜଗଦୀସ୍ଙ୍କ ଘରେ ପଶିଯାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ ମାନେ ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଆତଙ୍କିତ କରିଥିଲେ । ଏହା ପରେ ଆଲମିରାରେ ଥିବା ୪୦ ଭରି ସୁନା ଗହଣା, ଘରେ ଥିବା ଏକ ଟିଭି ଓ ବାରଣ୍ଡାରେ ଥିବା ଏକ ବୁଲେଟ୍ ମୋଟରସାଇକେଲକୁ ନେଇ ଫେରାର ହୋଇଯାଇଛନ୍ତି ଲୁଟେରା ମାନେ । ସେମାନେ ଯିବାପରେ ଜଗଦୀସ ପାଟିକରି ଗାଁ ଲୋକଙ୍କୁ ଡାକିଥିଲା । ହେଲେ ଗାଁ ଲୋକ ପଂହଚିବା ପୂର୍ବରୁ ଫେରାର ହୋଇଯାଇଥିଲେ ଲୁଟେରା । ଏନେଇ ଜଗଦୀସଙ୍କ ତରଫରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଲୁଟେରା ମାନଙ୍କୁ ଧରିବାକୁ ପ୍ରୟାସ କରିଛି ।

କହିରଖୁ କି ଏବେ ଦେଶରେ ଯେଭଳି ଭାବେ ବେକାରୀ ସମସ୍ୟା ବୃଦ୍ଧି ପାଇଛି ତାହା ସାଧାରଣ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଯୁବକ ମାନେ କାମ ଧନ୍ଦା ନପାଇ ଅପରାଧିକ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଏଭଳି ଘଟଣା ମାନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।