କନକ ବ୍ୟୁରୋ: ୪୦ ବର୍ଷରେ ପାଦ ଥାପିବ ସମ୍ବାଦ, ୧୫ ବର୍ଷ ପୂରଣ କରିବ କନକ ନ୍ୟୁଜ୍ । ରାଜ୍ୟର ଅଗ୍ରଣୀ ଖବରକାଗଜ 'ସମ୍ବାଦ' ଓଡିଆ ଗଣମାଧ୍ୟମ ଜଗତରେ ନିଜର ୪୦ ବର୍ଷ ପୂରଣ କରିବାକୁ ଯାଉଛି । ସେହିପରି ଲୋକପ୍ରିୟ ବୈଦ୍ୟୁତିକ ଗଣମାଧ୍ୟମ ‘କନକ ନ୍ୟୁଜ୍’ ମଧ୍ୟ ଗଣମାଧ୍ୟମ ଜଗତରେ ନିଜର ସଫଳତାର ୧୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ଆଜି ଭୁବନେଶ୍ୱରରେ ଏହାର ସ୍ୱନକ୍ଷତ୍ର ଉତ୍ସବ ପାଳନ କରାଯାଉଛି ।
ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ତାଙ୍କ ସହିତ ସମ୍ପାଦର ସମ୍ପାଦକ ତନୟା ପଟ୍ଟନାୟକ, ସମ୍ପାଦ ସମ୍ପାଦକ (ଫିଚର) ଗୌରହରି ଦାସ ଏବଂ ସମ୍ପାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଏଥିରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/WhatsApp-Image-2023-10-03-at-3.56.53-PM.jpeg)