କନକ ବ୍ୟୁରୋ : ପଦବୀ ୮୩, ଆଉ ଆଶାୟୀ ୪୦ ହଜାରରୁ ଅଧିକ । ଟେରିଟୋରିଆଲ୍ ଆର୍ମିରେ ଭର୍ତି ପାଇଁ ରାଜଧାନୀରେ ହେଉଥିବା ପରୀକ୍ଷା ପାଇଁ ୭ଟି ପର୍ଯ୍ୟାୟରେ ମୋଟ୍ ୪୦ ହଜାର ଆଶାୟୀ ଆସୁଛନ୍ତି । ଯାହାକୁ ନେଇ ଏକ ବଡ଼ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ତେବେ ଏହି ନିଯୁକ୍ତି ପ୍ରକ୍ରିୟା ଓ ଏହାକୁ ନେଇ ଉପୁଜିଥିବା ଅବ୍ୟବସ୍ଥା ମଧ୍ୟରେ ସାମ୍ନାକୁ ଆସିଛି ବଡ ଧରଣର ବେକାରୀ ସମସ୍ୟା ।
ରାଜଧାନୀ ରାତିରେ ଦୟନୀୟ ଅବସ୍ଥାରେ ଶୋଇ ରଖିଥିବା ଚାକିରି ଆଶାୟୀଙ୍କ ଭିଡ଼ ଏବଂ ବାଧ୍ୟବାଧକତାରେ ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କରିଥିବା ବନ୍ଦୋବସ୍ତ ଭିତରେ ଯେଉଁ ସମସ୍ୟାଟି, ଆଖି ଆଗରେ ଜଳଜଳ ହୋଇ ଦେଖାଯାଉଛି ତାହା ହେଉଛି ବେକାରୀ ସମସ୍ୟା ।
ନଜର ପକାନ୍ତୁ ଟେରିଟୋରିଆଲ୍ ଆର୍ମିରେ ଭର୍ତି ପାଇଁ ବାହାରିଥିବା ନିଯୁକ୍ତି ବିଜ୍ଞାପନକୁ । ଏଥିରେ ସ୍ପଷ୍ଟ ଲେଖା ରହିଛି କେଉଁ ପଦ ପାଇଁ କେତେ ଆସନ ଖାଲି ରହିଛି ।
ପଦ ପଦବୀ ସଂଖ୍ୟା
ସିପାହୀ ୭୧
ଧାର୍ମିକ ଶିକ୍ଷକ ୦୧
ରୋଷେୟା ୦୩
ବାରିକ ୦୧
ଧୋବା ୦୨
ମୋଚି ୦୨
ବଢ଼ାଇ ୦୧
ମେହାରିର ୦୨
ଏମିତି ମୋଟ୍ ୮୩ଟି ପଦ ପାଇଁ ଭୁବନେଶ୍ୱରରେ ହେଉଥିବା ପରୀକ୍ଷାରେ ୭ଟି ପର୍ଯ୍ୟାୟରେ ମୋଟ୍ ୪୦ ହଜାର ଆଶାୟୀ ଆସୁଛନ୍ତି । ଯାହାକୁ ନେଇ ଏକ ବଡ଼ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ପୁଲିସ୍ ଓ ପ୍ରଶାସନକୁ ଏଥିପାଇଁ ନାକେଦମ ହେବାକୁ ପଡ଼ିଥିବା ବେଳେ କିଛି ସ୍ଥାନରେ ପରୀକ୍ଷାର୍ଥୀଙ୍କ ଅଶାଳୀନ ଆଚରଣର ଖବର ଆସୁଛି । ଆଉ ଏହି ପୁରା ଘଟଣା ଦେଶର ବେକାରୀ ସମସ୍ୟାକୁ ହିଁ ସୂଚାଉଛି । ହୁଏତ ଆପଣଙ୍କର ମନେଥିବ ୨୦୧୫ ମସିହାରେ ବେକାରୀ ସମସ୍ୟାର ଏକ ସମାନ ଚିତ୍ର ଆସିଥିଲା । ଯେତେବେଳେ ମାତ୍ର ୫୩ଟି ପୋଷ୍ଟ ପାଇଁ ୩୦ ହଜାରରୁ ଅଧିକ ପିଲା କଟକ ବାରବାଟୀ ଷ୍ଟାଡିୟମ୍ରେ ପହଂଚିଥିଲେ । ଯାହା ସେତେବେଳେ ଏକ ବଡ଼ ଧରଣର ଚର୍ଚ୍ଚା ସୃଷ୍ଟି କରିଥିଲା ।