କନକ ବ୍ୟୁରୋ : ପଦବୀ ୮୩, ଆଉ ଆଶାୟୀ ୪୦ ହଜାରରୁ ଅଧିକ । ଟେରିଟୋରିଆଲ୍ ଆର୍ମିରେ ଭର୍ତି ପାଇଁ ରାଜଧାନୀରେ ହେଉଥିବା ପରୀକ୍ଷା ପାଇଁ ୭ଟି ପର୍ଯ୍ୟାୟରେ ମୋଟ୍ ୪୦ ହଜାର ଆଶାୟୀ ଆସୁଛନ୍ତି । ଯାହାକୁ ନେଇ ଏକ ବଡ଼ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ତେବେ ଏହି ନିଯୁକ୍ତି ପ୍ରକ୍ରିୟା ଓ ଏହାକୁ ନେଇ ଉପୁଜିଥିବା ଅବ୍ୟବସ୍ଥା ମଧ୍ୟରେ ସାମ୍ନାକୁ ଆସିଛି ବଡ ଧରଣର ବେକାରୀ ସମସ୍ୟା ।
ରାଜଧାନୀ ରାତିରେ ଦୟନୀୟ ଅବସ୍ଥାରେ ଶୋଇ ରଖିଥିବା ଚାକିରି ଆଶାୟୀଙ୍କ ଭିଡ଼ ଏବଂ ବାଧ୍ୟବାଧକତାରେ ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କରିଥିବା ବନ୍ଦୋବସ୍ତ ଭିତରେ ଯେଉଁ ସମସ୍ୟାଟି, ଆଖି ଆଗରେ ଜଳଜଳ ହୋଇ ଦେଖାଯାଉଛି ତାହା ହେଉଛି ବେକାରୀ ସମସ୍ୟା ।
ନଜର ପକାନ୍ତୁ ଟେରିଟୋରିଆଲ୍ ଆର୍ମିରେ ଭର୍ତି ପାଇଁ ବାହାରିଥିବା ନିଯୁକ୍ତି ବିଜ୍ଞାପନକୁ । ଏଥିରେ ସ୍ପଷ୍ଟ ଲେଖା ରହିଛି କେଉଁ ପଦ ପାଇଁ କେତେ ଆସନ ଖାଲି ରହିଛି ।
ପଦ              ପଦବୀ ସଂଖ୍ୟା
ସିପାହୀ           ୭୧
ଧାର୍ମିକ ଶିକ୍ଷକ   ୦୧
ରୋଷେୟା       ୦୩
ବାରିକ           ୦୧
ଧୋବା           ୦୨
ମୋଚି           ୦୨
ବଢ଼ାଇ          ୦୧
ମେହାରିର      ୦୨
/kanak/media/post_attachments/wp-content/uploads/2019/10/vlcsnap-2019-10-16-19h55m34s140.png) ଏମିତି ମୋଟ୍ ୮୩ଟି ପଦ ପାଇଁ ଭୁବନେଶ୍ୱରରେ ହେଉଥିବା ପରୀକ୍ଷାରେ ୭ଟି ପର୍ଯ୍ୟାୟରେ ମୋଟ୍ ୪୦ ହଜାର ଆଶାୟୀ ଆସୁଛନ୍ତି । ଯାହାକୁ ନେଇ ଏକ ବଡ଼ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ପୁଲିସ୍ ଓ ପ୍ରଶାସନକୁ ଏଥିପାଇଁ ନାକେଦମ ହେବାକୁ ପଡ଼ିଥିବା ବେଳେ କିଛି ସ୍ଥାନରେ ପରୀକ୍ଷାର୍ଥୀଙ୍କ ଅଶାଳୀନ ଆଚରଣର ଖବର ଆସୁଛି । ଆଉ ଏହି ପୁରା ଘଟଣା ଦେଶର ବେକାରୀ ସମସ୍ୟାକୁ ହିଁ ସୂଚାଉଛି । ହୁଏତ ଆପଣଙ୍କର ମନେଥିବ ୨୦୧୫ ମସିହାରେ ବେକାରୀ ସମସ୍ୟାର ଏକ ସମାନ ଚିତ୍ର ଆସିଥିଲା । ଯେତେବେଳେ ମାତ୍ର ୫୩ଟି ପୋଷ୍ଟ ପାଇଁ ୩୦ ହଜାରରୁ ଅଧିକ ପିଲା କଟକ ବାରବାଟୀ ଷ୍ଟାଡିୟମ୍ରେ ପହଂଚିଥିଲେ । ଯାହା ସେତେବେଳେ ଏକ ବଡ଼ ଧରଣର ଚର୍ଚ୍ଚା ସୃଷ୍ଟି କରିଥିଲା ।
ଏମିତି ମୋଟ୍ ୮୩ଟି ପଦ ପାଇଁ ଭୁବନେଶ୍ୱରରେ ହେଉଥିବା ପରୀକ୍ଷାରେ ୭ଟି ପର୍ଯ୍ୟାୟରେ ମୋଟ୍ ୪୦ ହଜାର ଆଶାୟୀ ଆସୁଛନ୍ତି । ଯାହାକୁ ନେଇ ଏକ ବଡ଼ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ପୁଲିସ୍ ଓ ପ୍ରଶାସନକୁ ଏଥିପାଇଁ ନାକେଦମ ହେବାକୁ ପଡ଼ିଥିବା ବେଳେ କିଛି ସ୍ଥାନରେ ପରୀକ୍ଷାର୍ଥୀଙ୍କ ଅଶାଳୀନ ଆଚରଣର ଖବର ଆସୁଛି । ଆଉ ଏହି ପୁରା ଘଟଣା ଦେଶର ବେକାରୀ ସମସ୍ୟାକୁ ହିଁ ସୂଚାଉଛି । ହୁଏତ ଆପଣଙ୍କର ମନେଥିବ ୨୦୧୫ ମସିହାରେ ବେକାରୀ ସମସ୍ୟାର ଏକ ସମାନ ଚିତ୍ର ଆସିଥିଲା । ଯେତେବେଳେ ମାତ୍ର ୫୩ଟି ପୋଷ୍ଟ ପାଇଁ ୩୦ ହଜାରରୁ ଅଧିକ ପିଲା କଟକ ବାରବାଟୀ ଷ୍ଟାଡିୟମ୍ରେ ପହଂଚିଥିଲେ । ଯାହା ସେତେବେଳେ ଏକ ବଡ଼ ଧରଣର ଚର୍ଚ୍ଚା ସୃଷ୍ଟି କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/vlcsnap-2019-10-16-20h00m42s498.png)