ଉତ୍ତରପ୍ରଦେଶରେ ମହିଳା କାର୍ଡ ଖେଳିଲା କଂଗ୍ରେସ । ମହିଳାଙ୍କ ପାଇଁ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ ।

128

କନକ ବ୍ୟୁରୋ : ଆସନ୍ତା ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନରେ ମହିଳାଙ୍କ ପାଇଁ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ ଘୋଷଣା କଲା କଂଗ୍ରେସ । ଏନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘୋଷଣା କରିଛନ୍ତି । ଅର୍ଥାତ ୟୁପିରେ ଥିବା ୪୦୩ ବିଧାନସଭା ଆସନ ମଧ୍ୟରୁ ୧୬୦ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିବ ।

ଏହି ଅବସରରେ ପ୍ରିୟଙ୍କା କହିଛନ୍ତି ଯେ, ଉତ୍ତରପ୍ରଦେଶ ରାଜନୀତିରେ ମହିଳାଙ୍କ ଯୋଗଦାନ ନିଶ୍ଚିତ ରୂପେ ପରିବର୍ତ୍ତନ ଆଣିବ । ସେହିପରି ଆପଣ ଯଦି ପରିବର୍ତ୍ତନ ଚାହୁଁଛନ୍ତି ତେବେ ଅପେକ୍ଷା କରନ୍ତୁ ନାହିଁ ବୋଲି କହିଛନ୍ତି ପ୍ରିୟଙ୍କା । ଅନ୍ୟପଟେ ଜାତି, ଧର୍ମ ନାଁରେ ଚାଲିଥିବା ରାଜନୀତି କେବଳ ମହିଳା ମାନଙ୍କ ଦ୍ୱାରା ହିଁ ବଦଳା ଯାଇପାରିବ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।