କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରୁ ୪୦ ଜଣ ଯାତ୍ରୀଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବା ଜାଣିବାକୁ ମିଳିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪୦ ଜଣଙ୍କର ମୃତ୍ୟୁ ହୋଇଛି । ରେଳବାଇ ପକ୍ଷରୁ ଦାୟର କରାଯାଇଥିବା ଏଫଆଇଆରରେ ଏନେଇ ଉଲ୍ଲେଖ ଥିବା ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରେ ୪୦ ଜଣଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା । ଏଲଟି ଲାଇନରେ ଲାଗି ସେମାନଙ୍କର ମୃତ୍ୟୁ ହୋଇଛି । ରେଳଧାରଣା ଉପରେ ଥିବା ଏଲଟି ଲାଇନ ଯାତ୍ରୀଙ୍କ ପାଇଁ କାଳ ପାଲଟିଥିଲା । କାରଣ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଶରୀରରେ ଆଘାତ ଥିଲା । ସେଭଳି ମୃତକଙ୍କ ଶରୀରରେ ମଧ୍ୟ ଗଭୀର ଆଘାତ ଦେଖିବାକୁ ମିଳିଥିଲା । ଏସବୁ ଭିତରେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଦୁର୍ଘଟଣାସ୍ଥଳକୁ ଯିବା ସହ ସିଗନାଲ ରୁମରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛି ସିବିଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/39-1.jpg)