କନକ ବ୍ୟୁରୋ : ଦେଶରେ ବଢୁଛି ଦାଗୀ ସାଂସଦଙ୍କ ସଂଖ୍ୟା । ୭୬୩ଜଣ ସାଂସଦଙ୍କ ମଧ୍ୟରୁ ୪୦ ପ୍ରତିଶତ ଦାଗୀ ନେତା ରହିଛନ୍ତି । ଆସୋସିଏଏସନ ଫର ଡେମୋକ୍ରାଟକ ରିଫର୍ମସ ବା ଏଡିଆର ଏବଂ ନ୍ୟାସନାଲ ଇଲେକ୍ସନ ୱାଜ ପକ୍ଷରୁ କରାଯାଇଥିବା ସର୍ଭେରୁ ଖୁଲ୍ଲାସା ହୋଇଛି । ୩୦୬ଜଣ ସାଂସଦଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ସେମାନଙ୍କ ମଧ୍ୟରୁ ୧୯୫ ଜଣ ବା ୨୫% ସାଂସଦଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳା ବିରୋଧୀ ହିଂସା ଭଳି ସଂଗୀନ ମାମଲା ରହିଛି ।

Advertisment

ଦାଗୀ ସାଂସଦଙ୍କ ତାଲିକାରେ ଦ୍ୱିତୀୟରେ ରହିଛି ବିହାର । ୫୬ଜଣ ସାଂସଦଙ୍କ ମଧ୍ୟରୁ ୪୧ଜଣଙ୍କ ସଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ରହିଛି । ତୃତୀୟରେ ରହିଛି ମହାରାଷ୍ଟ୍ର । ୬୫ଜଣ ସାଂସଦଙ୍କ ମଧ୍ୟରୁ ୩୭ଜଣ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଉତରପ୍ରଦେଶ ଓ ତେଲେଙ୍ଗନା ଯଥାକ୍ରମେ ଚତୁର୍ଥ ଓ ୫ମ ସ୍ଥାନରେ ରହିଛନ୍ତି ।

ଏବେ ଆସନ୍ତୁ ନଜର ପକାଇବା କେଉଁ ଦଳରେ ଅଧିକ ଦାଗୀ ସାଂସଦ ରହିଛନ୍ତି

ଏଡିଆର ରିପୋର୍ଟରେ ଖୁଲ୍ଲାସା
ଦଳ ଦାଗୀ ସାଂସଦଙ୍କ ସଂଖ୍ୟା
ବିଜେପି ୩୮୫ ସାଂସଦଙ୍କ ମଧ୍ୟରୁ ୧୩୯
କଂଗ୍ରେସ ୮୧ ସାଂସଦଙ୍କ ମଧ୍ୟରୁ ୪୩
ଟିଏମସି ୩୬ ସାଂସଦଙ୍କ ମଧ୍ୟରୁ ୧୪
ଆରଜେଡି ୬ ସାଂସଦଙ୍କ ମଧ୍ୟରୁ ୫
ସିପିଆଇଏମ ୮ ମଧ୍ୟରୁ ୬ଜଣ
ଆମ ଆଦମୀ ପାର୍ଟି ୧୧ ମଧ୍ୟରୁ ୩
ଆରଜେଡି ୬ ସାଂସଦଙ୍କ ମଧ୍ୟରୁ ୩
ଏନସିପି ୮ ମଧ୍ୟରୁ ୩ଜଣ
ୟାଇଏସଆରସିପି ୩୧ ସାଂସଦଙ୍କ ମଧ୍ୟରୁ ୧୩

ଆପଣ ଜାଣିକି ଆର୍ଶ୍ଚଯ୍ୟ ହେବେ ଗମ୍ଭୀର ଅପରାଧିକ ମାମଲା କ୍ଷେତ୍ରରେ ମଧ୍ୟ ସବୁଠି ଆଗରେ ବିଜେପି ରହିଥିବାବେଳେ ଏହା ପଛକୁ ରହିଛି କଂଗ୍ରେସ । ବିଜେପିର ୩୮୫ ସାଂସଦଙ୍କ ମଧ୍ୟରୁ ୯୮ଜଣଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଥିବାବେଳେ କଂଗ୍ରେସର ୮୧ଜଣ ସାଂସଦଙ୍କ ମଧ୍ୟରୁ ୨ଜଣ ନାଁରେ ଚାଲିଛି ଗମ୍ଭୀର ଅପରାଧିକ ମାମଲା ।

ଅଗଷ୍ଟ ୧୮ରେ ଏଡିଆର ରିପୋର୍ଟରେ ରାଜ୍ୟସଭା ସାଂସଦଙ୍କୁ ନେଇ ଚାଂଚଲ୍ୟକର ଖୁଲ୍ଲାସା ହୋଇଥିଲା । ୨୭ଜଣ ସାଂସଦଙ୍କ ପାଖରେ ୧୦୦କୋଟି ଟଙ୍କାରୁ ଅଧିକ ଟଙ୍କାର ସମ୍ପତି ଥିବା କହିଥିଲା ଏଡି÷ାର । ତାଲିକାରେ ସବୁଠୁ ଆଗରେ ରହିଛି ବିଜେପି, ପରେ କଂଗ୍ରେସ ଓ ୟାଇଏସଆର କଂଗ୍ରେସ ରହିଛି ।