ରାକ୍ଷୀ ବାନ୍ଧି ଲୁଟିନେଲେ ୪୦ ଲକ୍ଷ । ବ୍ୟବସାୟରୁ ବନ୍ଧୁତା ପଡିଲା ମହଙ୍ଗା । 

613

କନକ ବ୍ୟୁରୋ: ବ୍ୟବସାୟରୁ ବନ୍ଧୁତା ତା ପରେ ରାକ୍ଷୀବନ୍ଧା । ଜଣଙ୍କ ପତ୍ନୀ ଅନ୍ୟ ଜଣଙ୍କ ହାତରେ ରାକ୍ଷୀ ବାନ୍ଧୁଛି  ଏବଂ ଲୁଟି ନେଉଛି  । ପୁରା ଫିଲ୍ମ ଷ୍ଟାଇଲରେ ଲୁଟ୍ ।  ରାକ୍ଷୀ ବନ୍ଧା ନୁହେଁ ତ ଛଳନା, ଠକେଇ । ଯେଉଁଥିିପାଇଁ ଜଣଙ୍କୁ ୪୦ ଲକ୍ଷ ଟଙ୍କାର ଠକେଇର ଶିକାର ହେବାକୁ ପଡିଛି । କେନ୍ଦ୍ରପଡା ମାର୍ଶାଘାଇ ବ୍ଲକରୁ ଆସିଛି ଏଭଳି ଏକ ଠକେଇର ଖବର ।

ବଛରାଇ ଗାଁର ମଣିଭୂଷଣ ପରିଡା । ପେଶାର ଜଣେ ଔଷଧ ବ୍ୟବସାୟୀ । ଏହି ବ୍ୟବସାୟରେ ସହଯୋଗ କରୁଥିଲେ ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଅଞ୍ଚଳର ବିଭୂ କଲ୍ୟାଣ ମିଶ୍ର । ଯିଏକି ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଔଷଧ କମ୍ପାନୀରେ ଏଚଆର ମ୍ୟାନେଜର ଭାବ କାମ କରୁଥିବା ଅଭିଯୋଗ ରହିଛି । ଔଷଧ ବ୍ୟବସାୟକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିଶ୍ୱାସ ପରେ ବନ୍ଧୁତା ଗଢିଉଠିଥିଲା । ପରେ ବିଭୂଙ୍କ ପତ୍ନୀ ସନ୍ତୋଷଙ୍କ ହାତରେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆଉ ପାଦେ ଆଗକୁ ବଢାଇଥିଲେ । ଏହାରି ଭିତରେ ଉତ୍ତରାଖଣ୍ଡର ଜଣେ ଯୁବକଙ୍କୁ ପରିଚୟ କରାଇଥିଲେ ବିଭୂ କଲ୍ୟାଣ ମିଶ୍ର । ଯିଏକି ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବୋଲି ବିଭୂକଲ୍ୟାଣ ପରିଚୟ କରାଇଥିଲେ । ସେ ସନ୍ତୋଷଙ୍କୁ ଔଷଧ କମ୍ପାନୀ ତିଆରି କରିବାରେ ସହଯୋଗ କରିବେ ବୋଲି କହିଥିଲେ । ଏଥିପାଇଁ ସନ୍ତୋଷ କୁଆଡେ ବିଭୂଙ୍କ ଭରସାରେ ବିଭିନ୍ନ ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଆଉ ଏବେ ସନ୍ତୋଷ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।