କନକ ବ୍ୟୁରୋ: ୧୦୦ ଘଣ୍ଟ ବିତିଲାଣି । ଉତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନି । ଭାରୀଯାନ ଡ୍ରିଲିଙ୍ଗ ମେସିନ୍ ସହ ଯବାନମାନେ ପହଞ୍ଚି ମିଶନରେ ଲାଗିଛନ୍ତି । ଯବାନମାନେ ମାଲବାହୀ ବିମାନ ହରକୁଲସ୍ ଯୋଗେ ଭାରୀ ଡ୍ରିଲିଙ୍ଗ ମେସିନ୍ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଜି ରାତି ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଆଶା ଉଜ୍ଜୀବିତ ହୋଇଛି । ୫୦ ମିଟର ପର୍ଯ୍ୟନ୍ତ ସୁଡଙ୍ଗ ଧସିଥିବା କୁହାଯାଉଛି । ଧସିଥିବା ମାଟି ଯୋଗୁଁ ବାଟ ବନ୍ଦ ହୋଇଯାଇଛି ।

Advertisment

କେବଳ ଯବାନ ନୁହେଁ ଏନଡିଆରଏଫ୍, ଏସଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଉଦ୍ଧାର କାମରେ ସହଯୋଗ କରୁଛନ୍ତି । ୨୦୦ରୁ ଅଧିକ ଲୋକଙ୍କ ଟିମ୍ କରି ଉଦ୍ଧାର କାମରେ ଲାଗିଛନ୍ତି ।