ଧୀବରଙ୍କ ଜାଲରେ ପଡିଲା ୪୦ କେଜିର ବିରଳ ବୁଦ ମାଛ। ମାଛ ଦେଖିବାକୁ ଲୋକଙ୍କ ଭିଡ ।

3,761

କନକ ବ୍ୟୁରୋ: ବୌଦ୍ଧ ମହାନଦୀରେ ମାଛ ଧରୁଥିବାବେଳେ ଧିବର ଜାଲରେ ପଡ଼ିଲା ୪୦ କେଜିର ବିରଳ ବୁଦ ମାଛ । ମହାନଦୀରୁ ଏଭଳି ମାଛ ମିଳିବା ବିରଳ । ଏହି ମାଛ ସାତକୋଶିଆରୁ ଆସିଥିବା ନେଇ ଅନୁମାନ କରାଯାଉଛି। ପ୍ରତି ବର୍ଷ ମହାନଦୀରେ ଏଭଳି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ। ପ୍ରତି ବର୍ଷ ବର୍ଷା ହେଲେ ଗୁଳି ପାଣି ଉପର ମୁଣ୍ଡରୁ ଆସିଲେ ସାତ କୋଷିଆ ଗଣ୍ଡରୁ ଉପରକୁ ଉଠି ଆସିଥାନ୍ତି ଏହି ମାଛ। ମାଛକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା ।