ଓମିକ୍ରନ ଭୟ : ରାଜ୍ୟକୁ ଫେରିଛନ୍ତି ୮୦୦ରୁ ଅଧିକ ଲୋକ; ୪୦ % ବିଦେଶୀ ଫେରନ୍ତାଙ୍କ ମିଳୁନି ପତା

Advertisment
ଓମିକ୍ରନ ଭୟ : ରାଜ୍ୟକୁ ଫେରିଛନ୍ତି ୮୦୦ରୁ ଅଧିକ ଲୋକ; ୪୦ % ବିଦେଶୀ ଫେରନ୍ତାଙ୍କ ମିଳୁନି ପତା

କନକ ବ୍ୟୁରୋ : ଓମିକ୍ରନ୍ ଭୟ ଭିତରେ ଓଡ଼ିଶାକୁ ବିଦେଶରୁ ଫେରିଲେଣି ୮୦୦ରୁ ଅଧିକ ଲୋକ । ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଇପାରୁନାହିଁ । ଏଆର ସୁବିଧା ପୋର୍ଟାଲରେ ଭୁଲ ଠିକଣା ଓ ଯୋଗାଯୋଗ ନମ୍ବର ଦେଇଥିବାରୁ ସେମାନଙ୍କୁ ଠାବ କରିପାରୁନାହିଁ ସ୍ୱାସ୍ଥ୍ୟ ବିଭାଗ । କୋଭିଡ୍ ଲକ୍ଷଣ ଥିଲେ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏୟାର ସୁବିଧା ପୋର୍ଟାଲରେ ସେଲ୍ପ ଡିକ୍ଲାରେସନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି, ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ଷା ଓ ବାତ୍ୟା ବେଳେ ବି ରାଜ୍ୟରେ ଟିକାକରଣ ଜାରି ରହିଥିଲା। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକଚୁ ଛାଡ଼ି ଅନ୍ୟସବୁ ଜିଲ୍ଲାରେ ଟିକାକରଣ ଚାଲୁ ରହିଥିଲା। ଗତକାଲି ରବିବାର ରହିଥିଲେ ବି ଟିକାକରଣ ଚାଲିଥିଲା। ଏଯାଏଁ ୪ କୋଟି ୪୫ ଲକ୍ଷ ଡୋଜ ଟିକା ଦେଇସାରିଲୁଣି। ୮୬ ପ୍ରତିଶତରୁ ଅଧିକ ପ୍ରଥମ ଡୋଜ ଦିଆ ସରିଲାଣି। ୫୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି। ସମସ୍ତଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଟିକା ଦିଆଯିବ।

ଏଣେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ଯେହେତୁ ଓମିକ୍ରନ ପାଇଁ ସରକାର ଚିନ୍ତିତ ଅଛନ୍ତି, ଲୋକମାନେ ସହଯୋଗ କରିବା ଦରକାର। ସେମାନେ ସ୍ବତଃପ୍ରବୃତ୍ତ ଭାବରେ ଆସିକି ଟେଷ୍ଟ କରାନ୍ତୁ। ଟେଷ୍ଟ ପରେ ଘରେ ରହିବେ। ଭୟ କରିବା ଆବଶ୍ୟକତା ନାହିଁ । ନିଜକୁ ଓ ନିଜ ପରିବାରକୁ ସଂକ୍ରମିତ ନ କରନ୍ତୁ। ଘର ଭିତରେ ଗାଁ ରେ ସମାଜରେ ଯେଭଳି ନ ବ୍ୟାପୁ । ଆକ୍ରାନ୍ତ ଦେଶରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପ୍ରୋଟୋକଲ ଜାରି ହୋଇଛି । ୭ ଦିନ ସଂଗରୋଧରେ ରହିଲା ପରେ ଅଷ୍ଟମ ଦିନ ଟେଷ୍ଟ କରାଯିବ। ପଜିଟିଭ ବାହାରିଲେ ଜିନମ ସିକ୍ୱେନ୍ସିଂ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe