ଆଜି ବି ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ! ପ୍ରବଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି

85

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ବାତ୍ୟା ଫୋନି ପରେ ତାତିରୁ ମିଳୁନାହିଁ ତ୍ରାହି । ଆଜି ମଧ୍ୟ ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ସୂଚନା ମିଳିଛି । ଟିଟିଲାଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ହୀରାକୁଦ, ତାଳଚେର, ଅନୁଗୁଳ, ଭବାନୀପାଟଣା,ଝାରସୁଗୁଡା, ଫୁଲବାଣୀ ଓ ମାଲକାନଗିରିରେ ୪୦ ଡିଗ୍ରୀ ଉପରେ ରହିଥିବା ନେଇ ସୂଚନା ମିଳିଛି । ପରିସ୍ଥିତି ଏପରି ହେଲାଣି ଯେ, ଦିନ ୧୧ ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ପ୍ରବଳ ଖରାରେ ସ୍ଥିତି ସଙ୍ଗୀନ ହୋଇପଡିଲାଣି ।

ସେପଟେ ପୂର୍ବରୁ ମଧ୍ୟ ପ୍ରବଳ ଖରାରେ ଘରୁ ବାହାରକୁ ନବାହରିବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଥିଲା । କିନ୍ତୁ ଲାଗାତାର ଭାବରେ ତାତି ବଢୁଥିବାରୁ ଅସ୍ତବ୍ୟସ୍ତ ଜନଜୀବନ । ତେବେ ତାତିକୁ କେବେ ମିଳିବ ଆଶ୍ୱସ୍ତି ତାହା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ହେଲେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ, ଜୁନ ୧୦ରେ ଓଡିଶା ଛୁଇଁବ ମୌସୁମୀ ବାୟୁ । ତେବେ ତାପମାତ୍ରା ବଢୁଥିବାରୁ ଅନେକ ସହରରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାପଡିଛି ।