କନକ ବ୍ୟୁରୋ : ଟିକା ନେଇ କରୋନା ସଂକ୍ର୍ରମିତ ହୋଇଛନ୍ତିି ୪୦ ପ୍ରତିଶତ ଲୋକ । ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଯାଇଛି । କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ ବୋଲି ସାରା ବିଶ୍ୱରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ହେଲେ ଭୁବନେଶ୍ୱରରେ ପ୍ରଥମ ଡୋଜ କରୋନା ଟିକା ନେଇ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ ।
ସେହିପରି ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ । କୁହଯାଉଛି ଟିକାର ୨ଟି ଡୋଜ ନେବା ପରେ ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ତିଆରୀ ହେବ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜଧାନୀ ଭୁବନେଶ୍ୱରରେ ଟିକାର ୨ଟି ଡୋଜ ନେଇ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ । ଅବଶ୍ୟ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉନାହିଁ । ୫ ପ୍ରତିଶତଙ୍କ ଠାରେ ଦେଖା ଦେଉଛି ସାମାନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/13-17.jpg)