କନକ ବ୍ୟୁରୋ: ଭାରତ କରୋନା ସଂକ୍ରମଣର ଗମ୍ଭୀର ସଂକଟ ଦେଇ ଗତି କରୁଥିବା ବେଳେ ବିଶ୍ୱର ୪୦ରୁ ଅଧିକ ରାଷ୍ଟ୍ର ସହାୟତାର ହାତ ବଢାଇଛନ୍ତି । ଆମେରିକାରୁ ବିପୁଳ ପରିମାଣର ଅକ୍ସିଜେନ କନସେନଟ୍ରେଟର, ଅକ୍ସିଜେନ ସିଲିଣ୍ଡର, ଚିକିତ୍ସା ସଂପର୍କିତ ଅନ୍ୟ ଉପକରଣ ଭାରତକୁ ପଠାଇଛି । ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ସାମଗ୍ରୀ ବୋଝେଇ ହୋଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସେପଟେ ଥାଇଲାଣ୍ଡର ଏକ ସ୍ୱତନ୍ତ୍ର କାର୍ଗୋବିମାନ କୋଭିଡ ସହାୟତା ନେଇ ନୂଆ ଦିଲ୍ଲୀ ପହଂଚିଛି ।
ଦେଶରେ ଏବେ ଅକ୍ସିଜେନ ଅଭାବ ଦେଖା ଦେଇଥିବାରୁ ଥାଇଲାଣ୍ଡ ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ପଠାଯାଇଛି । ସେପଟେ ବାହାରିନ ସରକାର ମଧ୍ୟ କାର୍ଗୋ ଜାହାଜରେ କନସେନଟ୍ରେଟର ପଠାଇଛନ୍ତି । ଅକ୍ସିଜେନ କନସେନଟ୍ରେଟର ନେଇ କାର୍ଗୋ ଜାହାଜର ବାହାରିନର ମାନମା ବନ୍ଦ ଛାଡି ଭାରତର ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି । ସେହିପରି ସିଙ୍ଗାପୁର ମଧ୍ୟ କ୍ରାୟୋଜେନିକ ଅକ୍ସିଜେନ କଂଟେନର ପଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Corona-outbreak_26_20210422_571_855.jpg)