ଭାରତୀୟ ରିଜର୍ଭ ବ୍ୟାଙ୍କ ରାଡାରରେ ୪୦ ଚାଟାର୍ଡ ଆକାଉଣ୍ଟାଟ ! ରଣ ପରିଶୋଧ କରୁନଥିବା କମ୍ପାନି ସହ ସର୍ମ୍ପକ ରଖିବା ପଡିବ ମହଙ୍ଗା

27

ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଫେରାର ହେଇଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ତେବେ ସବୁଠୁ ବଡ କଥା ହେଲା ଏବେ ରିଜର୍ଭ ବ୍ୟାଙ୍କ ରାଡାରରେ ୪୦ ଜଣ ଚାଟାର୍ଡ ଆକାଉଣ୍ଟଣ୍ଟାଟ ରହିଛନ୍ତି । ଏହି ୪୦ ଚାଟାର୍ଡ ଆକାଉଣ୍ଟାଟ ଫେରାର ହୋଇଯାଇଥିବା ମହାଠକଙ୍କ ସହ ମିଶି ବ୍ୟାଙ୍କର ରଣ ଠକିବାରେ ସାହାଯ୍ୟ କରିଛନ୍ତି । ଏବେ ଅନେକ କମ୍ପାନି ଆରବିଆଇର ରାଡାରରେ ରହିଛନ୍ତି ଯେଉଁମାନେ ରଣ ପରିଶୋଧ କରିନାହାନ୍ତି ବା ଦେବାଳିଆ ଅବସ୍ଥାକୁ ଚାଲି ଆସିଛନ୍ତି । ଏହି କମ୍ପାନି ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିଛି ଆରବିଆଇ ।

ସୁତ୍ର ଅନୁଯାୟୀ, ବିଭିନ୍ନ ବ୍ୟାଙ୍କରୁ ରଣ ନେଇ ଫେରାଉନଥିବା କମ୍ପାନି ସହ ଜଡ଼ିତ ୩୫ରୁ ୪୦ ଜଣ ଚାଟାର୍ଡ ଆକାଉଣ୍ଟାଟଙ୍କ ଭୂମିକା ଉପରେ ନଜର ରଖିଛି ଆରବିଆଇ । ଏହାଛଡା ରଣ ପରିଶୋଧ ନ କରିବା ପାଇଁ ବେଆଇନ ଭାବେ ଏହି ଚାଟାର୍ଡ ଆକାଉଣ୍ଟାଟ ମାନେ ମହାଠକଙ୍କୁ ସହଯୋଗ କରିଛନ୍ତି । ଏନେଇ ରିଜର୍ଭ ବ୍ୟାଙ୍କ ଆଇସିଏଆଇକୁ ଇ-ମେଲ ଯୋଗେ କିଛି ପ୍ରଶ୍ନ କରିଛି । ଯାହାର ଉତ୍ତର ଏଯାଏଁ ମିଳିନାହିଁ । ଗତ କିଛି ଦିନ ହେଲା ଯେଉଁଭଳି ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଛି ତାହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।