କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ୪୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏମାନଙ୍କ ମଧ୍ୟରୁ ୮ଜଣଙ୍କ ନାଁରେ ରହିଛି ସାଂଘାତିକ ଅପରାଧିକ ମାମଲା । ୧୩ ଜଣଙ୍କ ମଧ୍ୟରୁ ୫ ଜଣ ଲେଖାଏଁ ବିଜେପି ଓ ବିଜେଡିରୁ ଏବଂ କଂଗ୍ରେସରୁ ୪ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୬୭ କୋଟି ସହ ସର୍ବାଧିକ ସମ୍ପତି ତାଲିକାରେ ସଂଗୀତା ସିଂହ ଦେଓ ।