ଚଳିତ ଲୋକସଭା ନିର୍ବାଚନରେ କମ ବୟସ୍କ ସାଂସଦଙ୍କ ରେକର୍ଡ । ଚର୍ଚ୍ଚାରେ ୨୫ବର୍ଷ ବୟସରେ ୪ ସାଂସଦ

Advertisment
ଚଳିତ ଲୋକସଭା ନିର୍ବାଚନରେ କମ ବୟସ୍କ ସାଂସଦଙ୍କ ରେକର୍ଡ । ଚର୍ଚ୍ଚାରେ ୨୫ବର୍ଷ ବୟସରେ ୪ ସାଂସଦ

କନକ ବ୍ୟୁରୋ : ଆସି ସାରିଛି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । ଚଳିତ ନିର୍ବାଚନରେ ଅନେକ ଯୁବ ଚେହେରା ବିଜୟୀ ହୋଇ କମ୍ ବୟସରୁ ସାଂସଦ ହେବାର ରେକର୍ଡ କରିଛନ୍ତି । ଏହି ସାଂସଦ ମାନଙ୍କ ବୟସ ୨୫ ବର୍ଷରୁ କମ ରହିଛି । ବିହାର ସମସ୍ତିପୁର ଆସନରୁ ଲୋକ ଜନଶକ୍ତି ପାର୍ଟି ଟିକେଟରୁ ବିଜୟୀ ହୋଇଛନ୍ତି ଶମ୍ଭାବୀ ଚୌଧୁରୀ  । ଶମ୍ଭାବୀଙ୍କ ବାପା ଅଶୋକ ଚୌଧୁରୀ ନିତୀଶ କୁମାର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଶମ୍ଭାବୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ସନ୍ନି ହଜାରିଙ୍କୁ ୧ଲକ୍ଷ ୮୭ ହଜାର ୨୫୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ଲାଭ କରିଛନ୍ତି । ସେହିପରି ରାଜସ୍ଥାନ ଭରତପୁର ସଂସଦୀୟ କ୍ଷେତ୍ରରୁ କଂଗ୍ରେସର ଯୁବ ଚେହେରା ସଂଜନା ଜାତଭ ବିଜୟୀ ହୋଇଛନ୍ତି । ବିଜେପିର ରାମ ସ୍ୱରୁପ କୋଲିଙ୍କୁ ୫୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ପରାସ୍ତ କରି ବିଜୟଲାଭ କରିଛନ୍ତି ସଂଜନା । ସଂଜନାଙ୍କ ସ୍ୱାମୀ ଜଣେ କନେଷ୍ଟବଳ ହୋଇଥିବା ବେଳେ ତାଙ୍କର ଦୁଇଟି ଶିଶୁ ମଧ୍ୟ ରହିଛନ୍ତି । ଅନ୍ୟ ଦୁଇ ଜଣ ଯୁବ ସାଂସଦ ହେଉଛନ୍ତି ଉତରପ୍ରଦେଶର ପୁଷ୍ପେନ୍ଦ୍ର ସରୋଜ ଏବଂ ପ୍ରିୟା ସରୋଜ । କୌଶମ୍ଭୀ ଆସନରୁ ଲଢୁଥିବା ସରୋଜ ବିଜେପି ପ୍ରାର୍ଥୀ ବିନୋଦ ସୋନକରଙ୍କୁ ଲକ୍ଷେରୁ ଉଦ୍ଧ୍ୱର୍ ଭୋଟରେ ହରାଇଛନ୍ତି । ଅନ୍ୟପଟେ ମଛଲିସହର ଆସନରୁ ୩୫ ହଜାରରୁ ଉଦ୍ଧ୍ୱର୍ ଭୋଟରେ ଜିତି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରିୟା ସରୋଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe