ଅନୁଗୁଳରେ ଆଖି ଗାଏବ ! ଶିଶୁକନ୍ୟା ଶବରୁ ଆଖି ଖୋଳି ନେଲେ ଦୁର୍ବୃତ୍ତ, ଅଭାବନୀୟ ଘଟଣା ପରେ ଆକ୍ସନ ମୋଡରେ ପୋଲିସ୍

482

କନକ ବ୍ୟୁରୋ: ମେଡିକାଲ ଭିତରୁ ଆଖି ଚୋରି । ଶବରୁ ଗାଏବ ହେଲା ଆଖି । ମୃତ ଶିଶୁର ଆଖି ତାଡିନେଲେ ଦୁର୍ବୃତ୍ତ । ଶବାଗାର ଭିତରୁ ୪ ବର୍ଷର ମୃତ ଶିଶୁକନ୍ୟା ଦେହରୁ ଦୁଇଟି ଆଖିକୁ ଖୋଳି ନେଇଛନ୍ତି ଦୁର୍ବୃତ୍ତ । ଅନୁଗୁଳରୁ ଆସିଛି ଏଭଳି ଅଭାବନୀୟ, ଅମାନବୀୟ ଖବର ।


ତେବେ ଗତକାଲି ନୂଆହତାର ୪ ବର୍ଷର ଶିଶୁକନ୍ୟା ପ୍ରୀତି ଗୋଛାୟତ ଅନୁଗୁଳ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଥିଲେ । ଜ୍ୱର ହୋଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ହେଲେ ସବୁଠାରୁ ବଡ କଥା ହେଉଛି ମୃତ୍ୟୁ ପରେ ମୃତଦେହରେ ଆଖି ନଥିଲା । ମର୍ଗ ରୁମରେ ଥିବା ବେଳେ ଶବରୁ କେହି ଆଖି ଖୋଳି ନେଇଥିବା ଦେଖିବାକୁ ମିଳିଥିଲା । ତେବେ ଶବରୁ ଆଖି ଗାଏବ ହୋଇଯିବା ଖବର ଚାରିଆଡେ ବ୍ୟାପିବା ପରେ ମେଡିକାଲରେ ହଇଚଇ ସୃଷ୍ଟି ହୋଇଛି ।


ପିଲା ଶବରୁ ଆଖି ତାଡି ନେବା ପରେ ପରିବାର ଲୋକଙ୍କ ମନରେ ହଜାରେ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ଆଖି ତଡା ଘଟଣା ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଶବର ଆଖି କୁଆଡେ ଗଲା ? ଶବଗୃହରୁ କିଏ ତାଡି ନେଲା ? ଆଖି ଗାଏବ ପଛରେ ମାଷ୍ଟରମାଇଣ୍ଡ କିଏ ? ଏ ସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଘର କରି ରହିଛି ।