ନବରଙ୍ଗପୁର ରାଇଘର ବ୍ଲକରେ ୪ ବର୍ଷ ଶିଶୁ କନ୍ୟାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର : ଖେଳୁଥିବାବେଳେ ହୋଇଥିଲା ନିଖୋଜ, ବଳି ସନ୍ଦେହ

Advertisment
ନବରଙ୍ଗପୁର ରାଇଘର ବ୍ଲକରେ ୪ ବର୍ଷ ଶିଶୁ କନ୍ୟାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର : ଖେଳୁଥିବାବେଳେ ହୋଇଥିଲା ନିଖୋଜ, ବଳି ସନ୍ଦେହ

source : Deccan Chronicle

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କଚରାପାରା ଗାଁରେ ଚାଂଚଲ୍ୟ । ଚାରି ବର୍ଷ ଶିଶୁ କନ୍ୟାକୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଘର ପାଖ ଶାଗ କିଆରୀରୁ ଝିଅର କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର କଲେ ପରିବାର ଲୋକ । ଝିଅଟିର ଦୁଇକାନ, ପେଟ, ମୁଣ୍ଡ, ଦୁଇ ଆଖି ଜିଭରେ କ୍ଷତ ଚିହ୍ନ ରହିଛି । ବଳି ଦେବା ଉଦ୍ଦେଶ୍ୟରେ କେହି ଝିଅଟିକୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗତକାଲି କଚରାପରା ଗାଁର ସୁକା ଗଣ୍ଡଙ୍କ ଚାରି ବର୍ଷର ଝିଅ ଖେଳିବାକୁ ଯାଇ ଘରକୁ ଫେରି ନଥିଲା । ପରିପାର ଲୋକ ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ମିଳିନଥିଲା । ହେଲେ ସକାଳ ହେବା ପରେ ଘର ପାଖରେ ଥିବା ଶାଗ କିଆରୀରେ ଝିଅର ମୃତ ଦେହ ପଡ଼ିଥିବା ଦେଖିବାରକୁ ପାଇଥିଲେ ମୃତ ଶିଶୁ କନ୍ୟାର ବଡ଼ ବାପା । ଝିଅଟିକୁ କେହି ହତ୍ୟା କରି ସେଠାରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, କଚରାପରା ଗାଁର ସୁତା ଗଣ୍ଡଙ୍କ ସାଢ଼େ ୩ ବର୍ଷର ଝିଅ ପୂଜା ଗଣ୍ଡ ଗତ ବୁଧବାର ସନ୍ଧ୍ୟାରେ ହଠାତ ନିଖୋଜ ହୋଇ ଯାଇଥିଲେ। ପରିବାର ସହିତ ମିଶି ଗାଁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପୂଜାଙ୍କର କୌଣସି ପତ୍ତା ମିଳି ନ ଥିଲା। ତେବେ ଗତକାଲି ସକାଳେ ପୂଜାଙ୍କ ମୃତଦେହ ତାଙ୍କ ବାଡ଼ିର ଶାଗ କିଆରିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମାତ୍ର ପୂଜାଙ୍କ ଶରୀର ବିଭିନ୍ନ ସ୍ଥାନରେ କଟା ଦାଗ ଥିବାରୁ ତାଙ୍କୁ ଅନ୍ୟତ୍ର ବଳି ଦିଆଯାଇ ମୃତଦେହ ଆଣି ତାଙ୍କ ଶାଗ କିଆରିରେ ଫିଙ୍ଗି ଦିଆଯାଇଛି ବୋଲି ସୁତା ଗଣ୍ଡ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe