୫୮ମିନିଟରେ ୪୬ପ୍ରକାରର ବ୍ୟଞ୍ଜନ : ଚେନ୍ନାଇର କୁନି ଝିଅ ଏସଏନ ଲକ୍ଷ୍ମୀ ବାଇଙ୍କ କମାଲ

ୟୁନିକୋ ବୁଲ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ହେଲେ ସାମିଲ

256

କନକ ବ୍ୟୁରୋ : ୫୮ ମିନିଟରେ ୪୬ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରି ରେକର୍ଡ ରଚିଲେ କୁନି ଝିଅ । ୟୁନିକୋ ବୁକ ଅଫ ୱାର୍ଲ୍ଡ ରେକର୍ଡ୍ସରେ ସାମିଲ ହେଲେ ଚେନ୍ନାଇର ଏସଏନ ଲକ୍ଷ୍ମୀ ସାଇ । କମ୍ ସମୟରେ ୪୬ ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରି ଚର୍ଚ୍ଚାରେ ଲକ୍ଷ୍ମୀ । ୫୮ ମିନିଟରେ ୪୬ ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରି ସଫଳତା ହାସଲ କଲେ ତାମିଲନାଡ଼ୁର ଝିଅ ଏସଏନ ଲକ୍ଷ୍ମୀ ସାଇ । କମ୍ ସମୟ ଭିତରେ ଏତେ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଲକ୍ଷ୍ମୀ ।

ଏପରି ରୋଷେଇ କରିବାର କଳା ପାଇଁ ତାଙ୍କ ନାମ ୟୁନିକୋ ବୁକ୍ ଅଫ ୱାର୍ଲଡ ରେକର୍ଡ଼ରେ ସ୍ଥାନିତ କରାଯାଇଛି । ଚେନ୍ନାଇରେ ମଙ୍ଗଳବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଫଳତା ହାସଲ କରିଛନ୍ତି ଲକ୍ଷ୍ମୀ । ଲକ୍ଷ୍ମୀ କହିଛନ୍ତି ଏହି ସଫଳତା ପାଇଁ ସେ ତାଙ୍କ ମାଆଙ୍କୁ ଶ୍ରେୟ ଦେଇଛନ୍ତି । କାରଣ ତାଙ୍କ୍ ମାଆ ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇଛନ୍ତି । ଏହି ସଫଳତା ପାଇଁ ସେ ବହୁତ ଖୁସି ଅଛନ୍ତି ଏବଂ ନିଜକୁ ଗର୍ବ ମନେ କରୁଛନ୍ତି ବୋଲି ଲକ୍ଷ୍ମୀ କହିଛନ୍ତି ।

ଲକ୍ଷ୍ମୀଙ୍କ ବାପା ମା ଜାଣିବାକୁ ପାଇତିଲେ ଯେ ଏହି ରେକର୍ଡ ପୂର୍ବରୁ କେରଳର ଜଣେ ୧୦ବର୍ଷୀୟ ବାଳିକା ସାନଭିଙ୍କ ନାମରେ ରହିଛି । ସେ ଏକ ଘଂଟାରେ ୩୦ ପ୍ରକାରର ବ୍ୟଜଂନ ପ୍ରସ୍ତୁତ କରିଥିଲେ । ତେଣୁ ଏହି ରେକର୍ଡ ଅତିକ୍ରମ କରିବା ଲାଗି ସେମାନଙ୍କ ଝିଅକୁ ପ୍ରଶିକ୍ଷିତ କରିଥିଲେ ।