କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ପାଟାଥନ୍ । ପାଟ ଶାଢି ପିନ୍ଧି ଶିଖରଚଣ୍ଡୀରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମାରାଥନରେ ସାମିଲ ହୋଇଛନ୍ତି କିଟ୍ ଓ କିମସର ମହିଳା କର୍ମଚାରୀ । ଓଡ଼ିଶାର ଶାଢୀ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଶାଢୀ ବୁଣାକାର ମାନଙ୍କୁ ସମ୍ମାନ ତଥା ଏହାର ବହୁଳ ପ୍ରଚାର ପ୍ରସାର ସହିତ ମହିଳା ସଶକ୍ତିକରଣ ଓ ଶିକ୍ଷାର ଉନ୍ନତି ଏହି ପାଟାଥନର ଉଦେଶ୍ୟ ରହିଛି ।
ଓଡ଼ିଶାର ଶାଢୀ ବୁଣାକାରଙ୍କୁ ସମ୍ମାନ ପାଇଁ ନିଆରା ପ୍ରୟାସ । ରାଜଧାନୀରେ ପାଟଶାଢୀ ପିନ୍ଧି ଦୌଡିଲେ ୪ହଜାରରୁ ଅଧିକ ମହିଳା
/kanak/media/post_attachments/wp-content/uploads/2024/01/2-52.jpg)