ଛତିଶଗଡ ଧାନ ରୋକିବାକୁ ସମ୍ବଲପୁର ସୀମାରେ କଡ଼ା ନଜର: ଗଠନ ହେଲା ସ୍ୱତନ୍ତ୍ର ଟିମ, ୪ଟି ଟିମରେ ଜଣେ ଲେଖାଁଏ ମାଜିଷ୍ଟ୍ରେଟ ଓ ଯୋଗାଣ ବିଭାଗର କର୍ମଚାରୀ

Advertisment
ଛତିଶଗଡ ଧାନ ରୋକିବାକୁ ସମ୍ବଲପୁର ସୀମାରେ କଡ଼ା ନଜର: ଗଠନ ହେଲା ସ୍ୱତନ୍ତ୍ର ଟିମ, ୪ଟି ଟିମରେ ଜଣେ ଲେଖାଁଏ ମାଜିଷ୍ଟ୍ରେଟ  ଓ ଯୋଗାଣ ବିଭାଗର କର୍ମଚାରୀ

କନକ ବ୍ୟୁରୋ: ଛତିଶଗଡ ଧାନ ରୋକିବାକୁ ସମ୍ବଲପୁର ସୀମାରେ କଡ଼ା ନଜର । ଏନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସମ୍ବଲପୁର ଜିଲ୍ଲାରେ ୪ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ଜଣେ ଲେଖାଁଏ ମାଜିଷ୍ଟ୍ରେଟ ଓ ଯୋଗାଣ ବିଭାଗର କର୍ମଚାରୀ ଅଛନ୍ତି । ଧାନଗାଡିକୁ ନେଇ ସନ୍ଦେହ ହେଲେ ଅଭିଯୋଗ କରିପାରିବେ ଚାଷୀ । ସିଧାସଳଖ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ଚାଷୀ ।

ଛତିଶଗଡ ଧାନକୁ ଓଡ଼ିଶାରେ ବିକ୍ରି ରୋକିବାକୁ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ରାଜ୍ୟ ସରକାର । ଏହି ଚିଠିରେ କୁହାଯାଇଛି-ଛତିଶଗଡରୁ ବେଆଇନ ଭାବେ ଯେମିତି ଖାଦ୍ୟଶସ୍ୟ ଓଡିଶାକୁ ନଆସେ ସେଥିପାଇଁ କଡା ନଜର ରଖାଯାଉ । ସେହିପରି ଏହି ୮ଟି ଜିଲ୍ଲା ବରଗଡ, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ ଓ ନବରଙ୍ଗପୁରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଛତିଶଗଡରୁ ଖାଦ୍ୟଶସ୍ୟ ଚାଲାଣ ରୋକିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe