୪ଟି ରାଜ୍ୟର ୪ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା । ୨୩ରେ ମତଦାନ, ୨୭ରେ ଗଣତି

Advertisment
୪ଟି ରାଜ୍ୟର ୪ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା । ୨୩ରେ ମତଦାନ, ୨୭ରେ ଗଣତି

କନକ ବ୍ୟୁରୋ: ନିର୍ବାଚନ କମିଶନ ଗତକାଲି ୪ଟି ରାଜ୍ୟର ବିଧାନସଭା ଆସନରେ ଉପ-ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଉତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଏବଂ କେରଳ ବିଧାନସଭାର ଗୋଟିଏ ଲେଖାଏଁ ଆସନ ପାଇଁ ସେପ୍ଟେମ୍ବର ୨୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ନିର୍ବାଚନ କମିଶନଙ୍କର ଏହି ଘୋଷଣା ପରେ ଓଡ଼ିଶା ବିଧାନସଭାରେ ଖାଲି ପଡ଼ିଥିବା ବିଜେପୁର ଆସନ ପାଇଁ କେବେ ଉପ-ନିର୍ବାଚନ ହେବ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

publive-image

କାରଣ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ । ହିଞ୍ଜିଳି ଆସନ ମୁଖ୍ୟମନ୍ତ୍ରୀ ରଖିଥିବା ବେଳେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି । ଇତି ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ବିଜେପୁରରେ କେବେ ଉପ-ନିର୍ବାଚନ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜରି ରହିଛି । ଆଉ ଏବେ ୪ଟି ରାଜ୍ୟର ବିଧାନସଭା ଆସନରେ ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ବିଜେପୁର ଉପ-ନିର୍ବାଚନ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରୀ ବଢ଼ାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe