୨୪ ପୂର୍ବରୁ ସେମିଫାଇନାଲରେ ବଡ଼ ବିଜୟ ଅଭିମୁଖେ ବିଜେପି । ପ୍ରମାଣିତ ହେଲା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପଦ୍ମ ଦଳର ପ୍ରଭାବ

136

କନକ ବ୍ୟୁରୋ : ଆସିଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ବଡ ବିଜୟ ଆଡକୁ ଅଗ୍ରସର ହୋଇଛି । ତେଲେଙ୍ଗାନାରେ କେସିଆରଙ୍କ ୧୦ ବର୍ଷର ଶାସନ ଶେଷ ହୋଇଛି । କଂଗ୍ରେସ ଏଠାରେ କେସିଆରଙ୍କଠାରୁ କ୍ଷମତା ଛଡାଇଆଣିଛି । ଏବେ ଆସନ୍ତୁ ଦେଖିବା କଣ ରହିଛି ୪ ରାଜ୍ୟରେ ସ୍ଥିତି ।

୨୦୨୪ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ପୁଣି ଥରେ କ୍ଷମତାକୁ ଫେରିବାକୁ ଯାଉଥିବାବେଳେ, ସମସ୍ତଙ୍କ ଚମକାଇ, ରାଜସ୍ଥାନ ଓ ଛତିଶଗଡକୁ କଂଗ୍ରେସ ହାତରୁ ଛଡାଇ ନେଇଛି । ତିନି ରାଜ୍ୟରେ ବିଜୟ ପରେ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି ।