ବଢୁଥିବା ଓଜନରୁ ଉପସମ ଦେବ ଏହି ୪ ମସାଲା । ଖାଦ୍ୟରେ ଏଭଳି କରନ୍ତୁ ସାମିଲ୍ , ପରିବର୍ତ୍ତନ ଜାଣିପାରିବେ 

395

ଆଜିର ବ୍ୟସ୍ତବହୁଳ ସମୟରେ ଅନିୟମିତ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ସନ୍ତୁଳନ ନଥିବା କାରଣରୁ ଶରୀର ନାନାଦି ପ୍ରକାର ରୋଗକୁ ଆମନ୍ତ୍ରଣ କରିଥାଏ । ଯାହାଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ । ରାତିରେ ବିଳମ୍ବରେ ଶୋଇବା , ସକାଳୁ ବିଳମ୍ବରେ ଉଠିବା , ଠିକ୍ ସମୟରେ ଖାଦ୍ୟପେୟ ଗ୍ରହଣ ନ କରିବା ଏବଂ ବାହାର ଫାଷ୍ଟଫୁଡ଼ ଅଧିକ ଖାଇବା ଦ୍ୱାରା ଏଭଳି ସମସ୍ୟା ଦେଖାଦିଏ । ଏହାଦ୍ୱାରା ମେଦବହୁଳତାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗରେ ଆମେ ପୀଡ଼ିତ ହେଉ । ମୋଟାପଣ ସବୁ ରୋଗର ବାହକ ହୋଇଥାଏ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମସାଲା ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହା ଆପଣଙ୍କ ଶରୀରରେ ମୋଟାପଣକୁ କମ୍ କରିବାରେ ସହାୟକ ହେବ । 

ଡ଼ାଲଚିନି : ଖାଦ୍ୟରେ ଖାଲଚିନି ଗୁଣ୍ଡ ବ୍ୟବହାର କରିବା ଅଥବା ଡ଼ାଲଚିନି ଟୁକୁଡ଼ା ଚୋବାଇବା ଦ୍ୱାରା ଶରୀରକୁ ବହୁତ ଫାଇଦା ମିଳିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ୍ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ଓଜନ କମାଇବାରେ ସହାୟକ ହୁଏ ।

ଗୋଲମରିଚ : ସବୁଦିନ ସକାଳୁ ୨ ରୁ ୪ ଟି ଗୋଲମରିଚ ଦାନା ଚୋବାଇ ଖାଇବା ଏବଂ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଖୁୁବ୍ ଉପଯୋଗୀ । ଗ୍ରୀନ୍ ଟିରେ ଏକ ଚୁଟକି ଗୋଲମରିଚ ଗୁଣ୍ଡ ମିଶାଇ ମଧ୍ୟ ପିଇପାରିବେ ।

ଅଳେଇଚ : ନିୟମିତ ଭାବେ ରାତିରେ ଗରମ ପାଣି ସହ ଅଳେଇଚ ଖାଆନ୍ତୁ । ଏଥିରେ ମେଲାଟୋନିନ୍ ଭଳି ଅନେକ ଜରୁରୀ ତତ୍ତ୍ୱ ଥାଏ , ଯାହା ଆପଣଙ୍କ ମେଟାବଲିଜମକୁ ବଢାଇଥାଏ । ଯେଉଁ କାରଣରୁ ଓଜନ କମିବାରେ ସହଜ ହୋଇଥାଏ ।

ପାନମଧୁରୀ : କପେ ଚା’ରେ ପାନମଧୁରୀ ଗୁଣ୍ଡ ମିଶାଇ ସେବନ କରନ୍ତୁ ମେଦବହୁଳତାରୁ ସାମାନ୍ୟ ଉପସମ ମିଳିବ ।