କନକ ବ୍ୟୁରୋ : ଓଡିଶା ଫେରିଛନ୍ତି ୪ ଓଡ଼ିଆ ଶ୍ରମିକ । ଓଡ଼ିଶା ଫେରିବା ପରେ ସୁଡଙ୍ଗ ଭିତରେ ୧୭ଦିନର ଅନୁଭୂତି ବଖାଣିଛନ୍ତି ଶ୍ରମିକ । ପ୍ରଥମେ ୧୦ଦିନ କଷ୍ଟ ଲାଗିଥିଲା ପରେ ପରେ ପାଇପ ଯୋଗେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଂଚିବା ପରେ କୌଣସି କଷ୍ଟ ଲାଗିନଥିଲା ବୋଲି କହିଛନ୍ତି । ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଇଛି । ସମସ୍ତ ଶ୍ରମିକଙ୍କୁ ତାଙ୍କ ଘରେ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତି ସରକାର । ଉତ୍ତରକାଶୀର ନିର୍ମାଣଧୀନ ସୁଡଙ୍ଗରେ ଭୂସ୍ଖଳନ ପରେ ୧୭ ଦିନ ସୁଡଙ୍ଗରେ ଫସିରହିଥିଲେ ୪୧ ଶ୍ରମିକ । ଗତ ମଙ୍ଗଳବାର ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।