ଚାରି ‘ସୁପର୍ ଚୋର’ଙ୍କ କାହାଣୀ ! ରିଲ୍ ଷ୍ଟୋରୀରୁ କମ୍ ନଥିଲା ସେମାନଙ୍କ ରିୟଲ୍ କାରନାମା

135

କିଛି ଦୋଷ ଏମିତି ଥାଏ ଯେ ଦୋଷୀକୁ ଦିଆଯାଇଥିବା ଦଣ୍ଡ ମଧ୍ୟ କମ୍ ପଡିଯାଇଥାଏ । ତେବେ କିିଛି ଅଭିଯୁକ୍ତ ନିଜର ଦଣ୍ଡକୁ ସଂପୂର୍ଣ୍ଣ ଭୋଗିଥାନ୍ତି । କିନ୍ତୁ ଏମିତି କିଛି ଦୋଷୀ ଅଛନ୍ତି ଯେଉଁମାନେ ଥରେ କି ଦୁଇ ଥର ନୁହେଁ ବାରମ୍ବାର ଜେଲରୁ ଫେରାର୍ ହେବାରେ ସମର୍ଥ ହୋଇଥାନ୍ତି । ଆଉ ଯେଊଁମାନଙ୍କ କାହାଣୀ କେଉଁ ହଲିଉଡ ସିନେମାଠାରୁ ମଧ୍ୟ କମ୍ ନୁହେଁ । ଏବେ ଦେଖନ୍ତୁ ସିନେମା କାହାଣୀଠାରୁ ଦମଦାର୍ ଥିବା କିଛି ଅଭିଯୁକ୍ତଙ୍କ ଜେଲ୍ ଭାଙ୍ଗି ଫେରାର୍ କାହାଣୀ ।

_1488865070ଚାର୍ଲସ୍ ଶୋଭରାଜ : ଚାର୍ଲସ ଜଣେ ବହୁତ ଚାଲାକ୍ ଅପରାଧୀ ଥିଲା । ତିହାର୍ ଜେଲରେ ଥିବା ବେଳେ ସେ ଏକ ପ୍ଲାନ୍ କରିଥିଲା । ପ୍ଲାନ୍ ଥିଲା ଯେ ସେ ଜେଲରୁ ଲୁଚିକି ଚାଲିଯିବ ଏବଂ ପରେ ଯେମିତି ଧରା ପଡିବ । ଯାହା ଫଳରେ ତାକୁ ନୂଆ ଦଣ୍ଡ ମିଳିବା ସହ ପୁରୁଣା ଦଣ୍ଡ ଆପେ ଆପେ ଶେଷ ହୋଇଯିବ । ତେଣୁ ଶୋଭରାଜ୍ ନିଜର ଜଣେ ଡ୍ରଗ୍ସ ସପ୍ଲାୟର୍ ସହଯୋଗୀ ଡେଭିଡ୍ ହେଲ ସହ ମିଶି ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଂଟ୍ । ଆଉ ପ୍ଲାନ୍ ମୂତାବକ ଡେଭିଡ୍ ଦିନେ ଜେଲରେ ଥିବା ସୁରକ୍ଷାକର୍ମୀଙ୍କୁ ମିଠାରେ ବେହୋସ୍ ହେବା ଡ୍ରଗ୍ସ ମିଶାଇ ଦେଇଥିଲା । ଆଉ ଘଟଣାର ଫାଇଦା ଉଠାଇ ଶୋଭରାଜ୍ ଜେଲରୁ ଲୁଚି ଚାଲିଯାଇଥିଲା । କିନ୍ତୁ ନିଜର ମୂଳ ପ୍ଲାନ୍ ଅନୁୟାୟୀ ଗୋଆରୁ ନିଜକୁ ପୁଲିସ୍ ଦ୍ୱାରା ଧରାପକାଇଥିଲା ଶୋଭରାଜ୍ । ଆଉ ଧରା ପଡିବା ପରେ ତାକୁ ୨ବର୍ଷର ଜେଲ୍ ଦଣ୍ଡ ହୋଇଥିଲା । ଯାହାର ଅର୍ଥ ଶୋଭରାଜ ଉପରେ ଥିବା ପୂର୍ବ ଅପରାଧର ଦଣ୍ଡ ଶେଷ ହୋଇ ଯାଇଥିଲା ।

_1488865609ଶେର୍ ସିଂହ ରାଣା : ନିଜକୁ ପ୍ରସିଦ୍ଧ କରିବା ପାଇଁ ୨୦୦୧ରେ ଶେର୍ ସିଂହ ରାଣା ଫୁଲନ୍ ଦେବୀଙ୍କୁ ମାରିଥିଲା । ଯେତେବେଳେ ତାକୁ ଦୋଷୀ ସାବ୍ୟସ୍ତ କରି ତିହାର୍ ଜେଲରେ ରଖାଗଲା ସେତେବେଳେ ନିଜ ଭାଇ ଏବଂ ଜଣେ ସହଯୋଗୀ ସହ ମିଶି ଜେଲ ଭାଙ୍ଗି ଯିବାର ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଥିଲା । ପ୍ଲାନ୍ ମୂତାବକ ଶେର୍ ସିଂହକୁ ଦେଖା କରିବାକୁ ତାର ସହଯୋଗୀ ସଂଦୀପ ଠାକୁର ଚାରିଥର ଅଲଗା ଅଲଗା ବେଶରେ ଆସିଥିଲା । ହେଲେ ଏ ବିଷୟରେ ନା ଜେଲ୍ କର୍ତ୍ତୃପକ୍ଷ ନା ସୁରକ୍ଷାକର୍ମୀ କେହି ବି ଜାଣି ପାରି ନଥିଲେ । ଯେଉଁଦିନ ଶେର୍ ସିଂହ ଫେରାର୍ ହୋଇଥିଲା ସେ ଦିନ ସଂଦୀପ ପୁଲିସ୍ ବେଶରେ ଆସିଥିଲା । ଆଉ କୋର୍ଟ ନେବା ବାହାନାରେ ଶେର୍ ସିଂହକୁ ସେଠରୁ ନେଇ ଯିବାରେ ସଫଳ ହୋଇଥିଲା । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି କେହି ଜାଣିବାକୁ ଚେଷ୍ଟା କରିନଥିଲେ ପୁଲିସ୍ ଜଣକ ଅସଲି ନା ନକଲି ।

_1488865648ଜଗତାର୍ ସିଂହ : ୧୯୯୫ରେ ପଂଜାବର ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କୁ ହତ୍ୟା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଜଗତାର୍ ସିଂହ । ୧୯୯୮ରେ ଜଗତାରକୁ ଗିରଫ କରି ଚଣ୍ଡିଗଡ ଜେଲରେ ରଖା ଯାଇଥିଲା । ତେବେ ଜଗତାର ଜେଲ କୋଠରୀ ଭିତରେ ସୁଡଙ୍ଗ କରି ତିନି ଥର ଫେରାର୍ ହେବାକୁ ଚେଷ୍ଟା କରି ଅସଫଳ ହୋଇଥିଲା । କିନ୍ତୁ ୪ର୍ଥ ସେ ସଫଳ ହୋଇଥିଲା ଯେତେବେଳେ ତାକୁ ଅନ୍ୟ ଜଣ ଅପରାଧୀଙ୍କ ସହ ଏକାଠି ରଖାଯାଇଥିଲା । ୪ର୍ଥ ଥର ଜଗତାର ଏମାନଙ୍କ ମିଶି ୧୦ଫୁଟ ଚଉଡା ଏବଂ ୧୦୮ଫୁଟ ଲମ୍ବା ସୁଡଙ୍ଗ କରି ୨୧ ଜାନୁଆରୀ ୨୦୦୪ରେ ସମସ୍ତେ ଫେରାର୍ ହୋଇଯାଇଥିଲେ । ତାପରେ ଆଉ ଧରାପଡିନଥିଲେ ।

_1488865687ନଟବର୍ ଲାଲ୍ : ‘ସିନେମା ବଂଟି ଔର୍ ବବଲୀ’ରେ ଏକ ଦୃଶ୍ୟ ଥିଲା ଯେଉଁଥିରେ ଅଭିଶେକ ଏବଂ ରାଣୀ ମୁଖାର୍ଜୀ ତାଜ୍ ମହଲକୁ ବିକ୍ରି କରିଦେଇଥିଲେ । ତେବେ ଏହି କାହାଣୀ କାଳ୍ପନିକ ନଥିଲା ବରଂ ଭାରତର କୁଖ୍ୟାତ ଅପରାଧୀ ନଟବର୍ ଲାଲର ଅସଲ କାହାଣୀ ଥିଲା । ଯାହାର ପ୍ରକୃତ ନାଁ ଥିଲା ମିଥିଲେଶ୍ କୁମାର ଶ୍ରୀବାସ୍ତବ । ସେ ନିଜ ଜୀବନ ମଧ୍ୟରେ ଲାଲ୍ କିଲା ଠାରୁ ଆରମ୍ଭ କରି ତାଜ୍ ମହଲ ପର୍ଯ୍ୟନ୍ତ ବିକ୍ରି କରି ଦେଇଥିଲା । ନଟବର୍ ୯ଥର ଜେଲ୍ ଭାଙ୍ଗି ଫେରାର୍ ହୋଇଥିଲା । ତେବେ ନଟବରକୁ ଯେତେବେଳେ ୮୪ବର୍ଷ ବୟସ ହୋଇଥିଲା ସେ ଫେରାର୍ ହେବା ପାଇଁ ଏଭଳି ପ୍ଲାନ୍ କରିଥିଲା ଯାହା ଆଜି ଯାଏ ହିନ୍ଦି ସିନେମାର କାହାଣୀରେ ବ୍ୟବହାର ହେଉଛି ।
ନଟବର୍ ଦେହ ଖରାପ ହେବାର ବାହାନା କରି ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲ୍ ଯିବାକୁ ଚାହିଁଥିଲା । ତେବେ ତାକୁ ନେଇ ଯାଉଥିବା ଦୁଇ ଜଣ ପୁଲିସ୍ କର୍ମୀ ଜଣେ ସ୍ୱିପରକୁ ତାର ଦାୟିତ୍ୱ ଦେଇ ଅଧାବାଟରେ ପାନ ନେବା ପାଇଁ ଯାଇଥିଲେ । ଭାବିଥିଲେ ବୟସ ହୋଇଥିବାରୁ ନଟବର୍ ଏଥର ଫେରାର୍ ହେବ ନାହିଁ । ହେଲେ ଭୁଲି ଯାଇଥିଲେ ଚୋର କେବଳ ଶରୀରରୁ ବୃଦ୍ଧ ହୋଇଥାଏ କିନ୍ତୁ ଦିମାଗରୁ ନୁହେଁ । ଯାହାର ଫାଇଦା ଉଠାଇଥିଲା ନଟବର୍ । ଆଉ ଉକ୍ତ ସ୍ୱିପରକୁ ଚା’ ଆଣିବାକୁ ପଠାଇ ଫେରାର୍ ହୋଇଗଲା । ଏପରିକି ସାରା ଜୀବନ ଆଉ ଧରା ପଡି ନଥିଲା ମଧ୍ୟ ।

ଏହା ସହ ଦେଖନ୍ତୁ ନିୟମ ପାଇଁ ଲାଇନ୍ ! ଜାଣନ୍ତୁ ରାସ୍ତାରେ ଥିବା ଧଳା ଓ ହଳଦିଆ ଲାଇନର କଣ ରହିଛି ଗୁରୁତ୍ୱ