କନକ ବ୍ୟୁରୋ: ଶିମିଳିପାଳରେ ବନ୍ଧା ହେଲେ ୪ ଶିକାରୀ । ଗୋଟେ ଦିନରେ ୩ଟି ଭିନ୍ନ ଭିନ୍ନ ଘଟଣାରେ ୪ ଜଣ ଶିକାରୀଙ୍କ ସହ ୨ ଜଣ କାଠ ଚୋରଙ୍କୁ ଧରିଛି ବନବିଭାଗ । ବିଭିନ୍ନ ମାରଣାସ୍ତ୍ର ସହ ଚୋରା କାଠ ମଧ୍ୟ ଯବତ କରିଛି । ପ୍ରଥମେ ଏସଟିପିଏଫପକ୍ଷରୁ ଚଢ଼ାଉ କରି ଜେନାବିଲ ରେଂଜରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ପରେ ଜେଟିଏଫ ପକ୍ଷରୁ ଚଢ଼ାଉ କରି ଡୁକୁରା ରେଂଜ ଅଂଚଳରୁ ଆଉ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଉଛି । ପେଟ୍ରୋଲିଂ ସମୟରେ ପୀଠା ବଟା ଅଂଚଳରୁ ୨ ଜଣ କାଠ ଚୋରଙ୍କୁ ଗିରଫ କରିଛି ବନବିଭାଗ ।
ଶିକାରୀଙ୍କୁ ସାବାଡ କରିବା ପାଇଁ ବନବିଭାଗର ଚଢଉ । ଶିମିଳିପାଳରେ ୪ ଶିକାରୀ ସହ ୬ ଅଭିଯୁକ୍ତ ଗିରଫ । ମାରାଣାସ୍ତ୍ର ସହ ଚୋରାକାଠ ଜବତ ।
/kanak/media/post_attachments/wp-content/uploads/2023/12/22-30.jpg)