କନକ ବ୍ୟୁରୋ : କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । କେସିଙ୍ଗା ଥାନା ତୁର୍ଳାଖମନଠାରେ ଏହି ଦୁର୍ଘଟଣା ଘଟିଛି । ବରଯାତ୍ରୀ ଯାଇ ଫେରୁଥିବା ବେଳେ ଏକ ବୋଲୋରେ ଧାନ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଥିଲା ।
୭ ଗୁରୁତରଙ୍କୁ କେସିଙ୍ଗା ହସ୍ପିଟାଲରେ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲକୁ ପଠାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ ଥିବା ଜଣେ ଛୋଟ ପିଲାକୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି । ବରଯାତ୍ରୀ ଯାଇ ଏକ ବୋଲେରୋରେ ୧୧ ଜଣ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/WhatsApp-Image-2022-02-22-at-7.26.31-AM.jpeg)
/kanak/media/post_attachments/wp-content/uploads/2022/02/vlcsnap-2022-02-22-08h09m50s209.png)