କନକ ବ୍ୟୁରୋ : କଟକ ଜିଲ୍ଲା ନରସିଂହପୁର ଥାନା ଘେରାଉ ସହ ତାଲା ପକାଇଲା ବିଜେପି । ଶତାଧିକ ବିଜେପି କର୍ମୀ ଥାନା ଆଗରେ ବିକ୍ଷୋଭ କରିବା ସହ ତାଲା ପକାଇ ଦେଇଛନ୍ତି । ମିଛ କେସରେ ପୋଲିସ ଠଉାଇ ଆଣିଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସମୟରେ ପୋଲିସକୁ ଉପରକୁ ଟେକା ମାଡ଼ କରାଯାଇଥିଲା ।
ଏଥିରେ ତିନି ଜଣ ପୋଲିସ କର୍ମଚାରୀଙ୍କ ସହ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି । ଗତକାଲି ରାତିରେ ସାଧା ପୋଷାକରେ ଯାଇ ପୋଲିସ ଏକ ପିକ୍ଅପ୍ ଭ୍ୟାନରେ ଗାଁର ଲିପକ ବଳିଆର ସିଂହ, ରଞ୍ଜନ କୁମାର ସାମନ୍ତରାୟ ଓ ମନୋଜ୍ ନାଏକଙ୍କୁ ଉଠାଇ ଆଣିଥିଲା । ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ବିକ୍ଷୋଭ କରିଥିଲେ ।
ସେପଟେ, ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତବେଳେ ବିଜେପି ଓ ଜେଏମଏମ କର୍ମୀଙ୍କୁ ବିଜେଡି କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଜି ନବୀନଙ୍କ ଗସ୍ତକୁ ବିରୋଧ କରି ବିଜେପି ଓ ଜେଏମଏମ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବିଜେଡି କର୍ମୀମାନେ ସେମାନଙ୍କୁ ମାଡ ମାରିଥିବା ବିଜେପି ଓ ଜେଏମଏମ କର୍ମୀ ଅଭିଯୋଗ ହୋଇଛନ୍ତି । ଏଥିରେ ୩ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି ।