ଓଡିଶାରୁ ୪ ଜଣ ପାଇବେ ପଦ୍ମ ପୁରସ୍କାର: ଜାଣନ୍ତୁ କାହାକୁ ମିଳିବ ଏହି ସମ୍ମାନଜନକ ପୁରସ୍କାର

3,405

କନକ ବ୍ୟୁରୋ: ଓଡିଶାର ୪ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ର ପାଇଁ ପଦ୍ମ ପୁରସ୍କାର ମିଳିବ । ସେହିପରି କ୍ରିଷ୍ଣା ପଟେଲଙ୍କୁ କଳା ପାଇଁ ମିଳିବ ପଦ୍ମ ଶ୍ରୀ । କୃଷି ପାଇଁ ପଟ୍ଟାୟତ ସାହୁଙ୍କୁ ମିଳିବ ପଦ୍ମ ଶ୍ରୀ । ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇବେ । କଳା, ସାହିତ୍ୟ, ସମାଜସେବା, ସଂଗୀତ, କ୍ରୀଡା, କୃଷି, ଶିକ୍ଷା, ଚିକିତ୍ସା ଓ ଅଧାତ୍ମିକ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୯୧ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ।

ଚଳିତ ବର୍ଷ ପଦ୍ମ ବିଭୁଷଣ, ପଦ୍ମ-ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୬ ଜଣଙ୍କୁ ମନୋନୀତ କରାଯାଇଛି । ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ମୂଲାୟମ ସିଂ ଯାଦବ, ଡାକ୍ତର ଦିଲ୍ଳୀପ ମାହାଲାନବୀସ, ବାଲାକ୍ରିଷ୍ଣ ଯୋଶୀ ମରୋଣୋତର ଭାବେ ପାଇବେ ପଦ୍ମ-ବିଭୂଷଣ ପୁରସ୍କାର ପାଇବେ । ଜାକିର ହୁସେନ, ଏସଏମ କ୍ରିଷ୍ଣା, ଶ୍ରୀନିବାସ ବର୍ଦ୍ଧନଙ୍କୁ ମିଳିବ ପଦ୍ମବିଭୁଷଣ । ସେହିପରି କୁମାର ମଂଗଳମ ବିର୍ଲା, ସୁଧା ମୂର୍ତି,ବାଣି ଜୟରାମଙ୍କ ସମେତ ୯ଜଣଙ୍କୁ ମିଳିବ ପଦ୍ମ-ଭୂଷଣ ପୁରସ୍କାର ।