ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ବୁଲିଲା ଖଣ୍ଡା ଭୁଜାଲି, ପରସ୍ପର ଆକ୍ରମଣରେ ଉଭୟ ଗୋଷ୍ଠୀର ୪ଜଣ ଆହତ

220

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ଆତଙ୍କ ରଚାଇବା ସହିତ ବୁଲିଲା ଖଣ୍ଡା ଓ ଭୁଜାଲି । ହଣାକଟାରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିବା ସୂଚନା ।

ମଙ୍ଗଳବାର ରାତି ୯ଟାରେ ରାଜଧାନୀର ଜାଗମରା ନୂଆ ରୋଡରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା ଦେଖିବାକୁ ମିଳିଛି । ଭାଇଗିରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ବାଉଁଶ, ମଦ ବୋତଲରେ ପରସ୍ପର ଉପରକୁ ଆକ୍ରମଣ କରିବା ସହିତ ଗାଡି ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିବା ବେଳେ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି