ବଢୁଛି ଓମିକ୍ରନ୍ ଡର । ଦିଲ୍ଲୀ ବିମାନବନ୍ଦରରେ ୪ ଲଣ୍ଡନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ।

459

କନକ ବ୍ୟୁରୋ: ଦିଲ୍ଲୀ ବିମାନବନ୍ଦରରେ ୪ଜଣ ଲଣ୍ଡନ ଫେରନ୍ତା କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହାପରେ ବିମାନ ବନ୍ଦରରେ ଟେଷ୍ଟିଂ ଓ ଟ୍ରାକିଂକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ସେଠାରୁ ସଂକ୍ରମିତଙ୍କୁ ସିଧା ଏଲଏନଜେପି ହସ୍ପିଟାଲ ନିଆଯାଇ ସଙ୍ଗରୋଧରେ ରଖାଯାଇଛି ।

ସୂଚନା ମୁତାବକ, ଲଣ୍ଡନ ଓ ଆର୍ମଷ୍ଟରଡମରୁ ଆସିଥିବା ଯାତ୍ରୀଙ୍କ ଧ୍ୟରୁ ୪ଜଣଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ଓମିକ୍ରନ୍ ମଧ୍ୟରେ ଏହି ଯାତ୍ରୀଙ୍କ ଠାରେ କରୋନା ପଜିଟିଭ୍ ମିଳିବା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି । ସମିକ୍ରନର ଅଶଙ୍କାକୁ ଦୃଷ୍ଟିରେ ରଖି ଏ ସମସ୍ତ ଯାତ୍ରୀଙ୍କ ସାମ୍ପଲକୁ ଜିନୋମ୍ ସିକ୍ୱେନ୍ସିଙ୍ଗ ପାଇଁ ପଠାଯାଇଛି ।

ଅନ୍ୟପଟେ ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଓ ସଂକ୍ରମିତ ଦେଶରୁ ଫେରିଥିବା ୬ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କଟକଣା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ‘ଆଟ୍ ରିସ୍କ ବା ପ୍ରଭାବିତ’ ଦେଶରୁ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଂଟାଇନରେ ରହିବାକୁ ପଡ଼ିବ । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପ୍ରାଥମିକତା ଆଧାରରେ ବିମାନରୁ ବାହାର କରାଯିବ । ସେମାନଙ୍କ ଯାଂଚ ପାଇଁ ଏମ୍ଆଏଏଲ ଓ ଏୟାରପୋର୍ଟ ଅଥରିଟି ଦ୍ୱାରା ଅଲଗା କାଉଂଟରର ବ୍ୟବସ୍ଥା ହେବ ।

ସମସ୍ତ ଯାତ୍ରୀଙ୍କୁ ୭ ଦିନ କ୍ୱାରେଂଟାଇନରେ ରଖାଯିବା ସହ ଦ୍ୱିତୀୟ, ଚତୁର୍ଥ ଓ ସପ୍ତମ ଦିନରେ ଆରଟିପିସିଆର ଟେଷ୍ଟ କରାଯିବ । ଏହି ସମୟରେ ଯଦି କୌଣସି ଯାତ୍ରୀ ପଜିଟିଭ୍ ଚିହ୍ନଟ ହୁଅନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ । ମୁମ୍ବାଇ, କଲ୍ୟାଣ, ପୁନେରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ଉପରେ ସତର୍କ ନଜର ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ପଜିଟିଭ ଚିହ୍ନଟ ୬ ଜଣଙ୍କ ନମୁନାକୁ ଜେନମ ସ୍ୱିକେନ୍ସ ପାଇଁ ପଠାଯାଇଛି ।