ନୋକିଆ ସହିତ ଚୁକ୍ତି କଲା ନାସା : ୨୦୨୪ ସୁଦ୍ଧା Manned Mission ପଠାଇବାକୁ ପ୍ରସ୍ତୁତ ; ନୋକିଆ ସହ ଭାଗିଦାରୀ ରହିବ ଲ୍ୟାବ ସ୍ପେସ୍ ଫ୍ଲାଇଟ୍ ଇଂଜିନିୟରିଂ

211

କନକ ବ୍ୟୁରୋ : ଏବେ ବି ପୃଥିବୀ ପୃଷ୍ଟରେ ଠିକ୍ ରେ ବା ଉଚିତ ଗତିରେ ୪ ଜି ନେଟୱାର୍କ ଚାଲୁନଥିବା ବେଳେ ଚନ୍ଦ୍ରରେ ୪ ଜି ଚଲାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି ।  ଆମେରିକାର ଉପଗ୍ରହ ଗବେଷଣା ସଂସ୍ଥା ନାସା ଓ ମୋବାଇଲ କମ୍ପାନୀ ନୋକିଆ ମିଳିତ ଭାବେ ଚନ୍ଦ୍ରରେ ୪ ଜି କନେକସନ୍ ପହଂଚାଇବେ । ନାସା ଘୋଷଣା କରିଛି କି ଚନ୍ଦ୍ର ନିକଟରେ ସେଲୁଲାର ସଂଯୋଗ କରିବାକୁ ନୋକିଆ କମ୍ପାନୀକୁ ଠିକା ଦିଆଯାଇଛି । ଏନେଇ ନୋକିଆ ପକ୍ଷରୁ କୁହାଯାଇଛି କି ବିଶ୍ୱସନୀୟ ୪ ଜି ନେଟୱାର୍କକୁ ଦ୍ରୁତଗତି ଦିଆଯାଇ ଚନ୍ଦ୍ର ଉପଗ୍ରହରେ ପହଂଚାଯାଇ ପାରିବ ।
କହିରଖୁ କି ନାସା ଅର୍ଟମିନ ପ୍ରୋଗ୍ରାମ ମାଧ୍ୟମରେ ୨୦୨୪ ସୁଦ୍ଧା ଚନ୍ଦ୍ର ନିକଟରେ Manned Mission ପଠାଇବାକୁ ପ୍ରସ୍ତୁତ କରାଯାଉଛି । ସେପଟେ ନୋକିଆ କହିଛି କି NASA Artemin ଯୋଗା ଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବ । ଏହା ସହିତ ନୋକିଆ କହିଛି କି Nokia Bell Labs 2022  ୨୦୨୨ ର ଶେଷ ସୁଦ୍ଧା ଚନ୍ଦ୍ର ଗ୍ରହରେ ନିମ୍ନ ଶକ୍ତି କଠିନ ସ୍ପେସ୍, ଓ end to end ସମାଧାନ ଚନ୍ଦ୍ରପୃଷ୍ଟରେ ପ୍ରୟୋଗ କରାଯିବ ।
ନାଶା ନୋକିଆ କମ୍ପାନୀ ସହ ଏନେଇ ଅନ୍ୟ କିଛି କମ୍ପାନୀ ସହିତ ବି ୩୭୦ ମିଲିୟନ ଡଲାର ତଥା ୨୭.୧୩ ଆରବ ଟଙ୍କାର ଚୁକ୍ତି କରିଛି । ନାଶା ଏହି ଟଙ୍କା କମ୍ପାନୀ ମାନଙ୍କୁ ଦେବ । କାରଣ ନାଶାରେ ୪ଜି ନେଟୱାର୍କ ପହଂଚାଇବାକୁ ନାଶା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏହି କମ୍ପାନୀ ମାନେ ଚନ୍ଦ୍ରରେ ଏହି କମ୍ପାନୀ ମାନେ ଶକ୍ତି ଉତ୍ପାଦନ କ୍ରୋଜେନିକ୍ ଫ୍ରିଜ୍ ଓ ରୋବଟିକ୍ ଟେକ୍ନୋଲୋଜି ମଧ୍ୟ ପ୍ରୟୋଗ କରିବେ । ଏହିସବୁ ଆଧାରରେ ଚନ୍ଦ୍ରରେ ୪ ଜି ନେଟୱାର୍କ ଲଗାଇବାର ଯୋଜନା ରହିଛି ।
ନୋକିଆ ବେଲ ଲ୍ୟାବ ସହ ନାଶା ୧୪ ମିଲିୟନ ଡଲାର ମୂଲ୍ୟର ଚୁକ୍ତି କରିଛି । ଚନ୍ଦ୍ରରେ ୪ ଜି ଲଗାଇବାକୁ ନୋକିଆ ବେଲ୍ ଲ୍ୟାବ ସ୍ପେସ୍ ଫ୍ଲାଇଟ୍ ଇଂଜିନିୟରିଂ କମ୍ପାନୀ ସହ ଭାଗିଦାରୀ କରିବ ।
ମହାକାଶ ଉପଗ୍ରହ ଏଜେନ୍ସି ନାସା ମୋଟ ୧୪ ଟି ଆମେରିକୀୟ କମ୍ପାନୀ ଚୟନ କରିଛନ୍ତି । ଯେଉଁମାନେ କି ଚନ୍ଦ୍ରରେ ୪ ଜି ନେଟୱାର୍କ ପାଇଁ ଭିତ୍ତିଭୂମି ସୃଷ୍ଟି କରିବେ । ଏହି ମିଶନ ପାଇଁ ଶହ ଶହ କୋଟି ଟଙ୍କାର ଟଙ୍କାର ପାଣ୍ଠି ପ୍ରଦାନ କରିଛି । ଏହି କମ୍ପାନୀ ମାନଙ୍କ ମଧ୍ୟରେ ମୁଖ୍ୟତ Space X, Nokia, Lockheed Martin, Sierra, ULA ଓ SSL ରୋବୋଟିକ କମ୍ପାନୀ ମାନେ ଅନ୍ତର୍ଭୁକ୍ତ ।