କନକ ବ୍ୟୁରୋ : ଟୋକିଓରେ ଭାରତର ଟେକ ରଖିଥିବା ୪ ଜଣ ଓଡ଼ିଆ ହକି ଖେଳାଳୀଙ୍କ ସହ ରାତ୍ରିଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବ୍ୱାନିତ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିପଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭୁବନେଶ୍ୱର ଠାରେ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଓଡ଼ିଶାର ସୁପୁତ୍ର ଏବଂ ଝିଅମାନେ ଟୋକିଓ ଅଲମ୍ପିକ୍ସର ହକି ପ୍ରତିଯୋଗିତାରେ ଉତମ ପ୍ରଦର୍ଶନ କରି ସମଗ୍ର ଭାରତବର୍ଷକୁ ଗୌରବ କରିଛନ୍ତି । ସେମାନଙ୍କର ଉତ୍କର୍ଷତାର ଯାତ୍ରା ଅନେକଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଯୋଗାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/WhatsApp-Image-2021-08-20-at-11.06.40-PM.jpeg)