ଓଡ଼ିଶା ହାଇକୋର୍ଟର  ୪ ଜଣ ନୂଆ ବିଚାରପତି । ସୁପ୍ରିମକୋର୍ଟ କଲେଜିୟମରୁ ମିଳିଲା ମଞ୍ଜୁରୀ । 

121

କନକ ବ୍ୟୁରୋ : ଓଡ଼ିଶା ହାଇକୋର୍ଟର ୪ ଜଣ ନୂଆ ବିଚାରପତି । ୪ ଜଣଙ୍କ ନାଁକୁ ସୁପ୍ରିମକୋର୍ଟ କଲେଜିୟମର ମଞ୍ଜୁରୀ ମିଳିଛି । ୨ ଜଣ ବାରରୁ ଓ ଅନ୍ୟ ଦୁଇଜଣ ଜୁଡିସିଆଲ ଅଫିସର ହେବେ ବିଚାରପତି । ଏନେଇ ସୁପ୍ରିମକୋର୍ଟ କଲେଜିୟମରୁ ମଞ୍ଜୁରୀ ମିଳିଛି ।

ଜୁଡିସିଆଲ ଅଫିସର ରାଧାକାନ୍ତ ପଟ୍ଟନାୟକ  ଓ ଶଶିକାନ୍ତ ମିଶ୍ର ବିଚାରପତିି ହେବେ । ସେହିଭଳି ଆଇନଜୀବୀ ଆଦିତ୍ୟ ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ମଧ୍ୟ ହାଇକୋର୍ଟର ଜଜ୍ ହେବେ । ସେପ୍ଟେ୍ମ୍ବର ୨୯ରେ ହୋଇଥିବା ବୈଠକରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରସ୍ତାବିତ ବ୍ୟକ୍ତିମାନଙ୍କ ତାଲିକାକୁ ଅନୁମୋଦନ କରିଥିଲେ ।