କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଖବର । ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରେ ୪ ଏବଂ କେନ୍ଦ୍ରାପଡାରେ ଜଣେ ପଜିଟିଭ ଟିହ୍ନଟ । ସବୁଠାରୁ ବଡକଥା ହେଉଛି ଜଗତସିଂହପୁରକୁ ପ୍ରଥମ ଥର ପାଇଁ ଡେଇଁଲା କରୋନା । ଜିଲ୍ଲାକୁ ପ୍ରଥମ ଥର ପାଇଁ ଏକାଥରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୪ ଜଣ ନାଉଗାଁ ଅଞ୍ଚଳର । ସମସ୍ତେ ସୁରତ ଫେରନ୍ତା । ତେବେ ୪ ଜଣଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ସୂଚନା । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୬, ୩୨, ୩୦, ୪୭ ବର୍ଷୀୟ ଯୁବକ ଅଛନ୍ତି ।
4th Health Update, 6th May
Four positive cases in Jagatsinghpur
26 yr Male, 32 yr Male, 30 yr Male & 47 yr Male
(Surat returnees. In quarantine)One positive case in Kendrapara
60 yr Male
Kolkata returneeContact tracing & follow-up action is being done.
Total Case: 185
— I & PR Department, Odisha (@IPR_Odisha) May 6, 2020
ଅନ୍ୟପଟେ ଦୀର୍ଘ ଦିନ ପରେ ପୁଣି କେନ୍ଦ୍ରାପଡାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୦ ବର୍ଷୀୟ ବ୍ୟକ୍ତି କୋଲକାତା ଫେରନ୍ତା । କେନ୍ଦ୍ରାପଡା କରୋନା ମୁକ୍ତ ଥିବା ବେଳେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ । ତେବେ ବର୍ତ୍ତମାନ ୫ ଏବଂ ସକାଳେ ୪ ପଜିଟିଭ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୯ରେ ପହଞ୍ଚିଛି । ସକାଳେ ଗଞ୍ଜାମ-୧, ବାଲେଶ୍ୱର-୧, ଯାଜପୁର-୨ ଚିହ୍ନଟ ହୋଇଥିଲେ ।
ତେବେ ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ପଜିଟିଭ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୨୨ଟି ସକ୍ରିୟ କେସ୍ ଥିବାବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି । ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି ।